ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁଆଁରପାଳ ରାମଚଣ୍ଡୀ ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଟଙ୍କା ଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ରିଲିଫ ପାଣ୍ଠିକୁ କୋଭିଡ -୧୯ର ମୁକାବିଲା ନିମନ୍ତେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ରାମଚଣ୍ଡି ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଏକଶହ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥର ଚେକ ରାମଚଣ୍ଡି ଗ୍ରାମ୍ୟ କମିଟି ସଭାପତି ଦେବାଶିଷ ମହାପାତ୍ର, ସମ୍ପାଦକ ସରୋଜକାନ୍ତ ପତିି, କୋଷାଧ୍ୟକ୍ଷ ବିଦ୍ୟାଧର ଜେନା ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଛନ୍ତି ।