ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଗୃହରକ୍ଷୀ ରଶ୍ମିରଞ୍ଜନ

କୋଦଳା,(ଗୁଲସନ କୁମାର କର):କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ, ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଛନ୍ତି। ସେହିଭଳି କୋଦଳା ଥାନା ରେ କାର୍ଯ୍ୟରତ ଗୃହରକ୍ଷୀ ରଶ୍ମିରଞ୍ଜନ ପଣ୍ଡା ସରକାରଙ୍କ ତରଫରୁ ପାଇଥିବା ପ୍ରୋତ୍ସାହନ ରାଶିକୁ ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ଚେକ ପ୍ରଦାନ କରିଥିବା ଜଣାପଡ଼ିଛି ।ସେ ପୂର୍ବରୁ ମଧ୍ୟ ନାମ ସଂକୀର୍ତ୍ତନ ମଣ୍ଡପ ଠାରେ ବ୍ରାହ୍ମଣମାନଙ୍କୁ ବସ୍ତ୍ରଦାନ ଦାନ ସହିତ ମାସ୍କ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ