ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୮୦ କୋଟିର ଦାନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ବେଶ ଖୋଲା ହାତରେ ଦାନ କରିଛନ୍ତି । ଜୁନ ୮ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୮୦ କୋଟି ୧୩ ଲକ୍ଷ ୭୮ ହଜାର ଟଙ୍କାର ଦାନ ମିଳିଛି । ଏଥିରୁ କରୋନା ବାବଦକୁ ଏଯାଏଁ ୧୭୮ କୋଟି ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ କୋଭିଡ ମୁକାବିଲା ସହ ଭିତ୍ତିଭୂମି ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ୪୪ କୋଟିର ପାଣ୍ଠି ଦିଆଯାଇଛି । ଗଞ୍ଜାମକୁ ଅତିରିକ୍ତ ଭାବେ ୨୦ କୋଟି ଦିଆଯାଇଛି । ସେହିଭଳି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ପ୍ରୋତ୍ସାହନ ରାଶି (୨ ହଜାର ଲେଖାଏଁ) ବାବଦକୁ ୬୦ କୋଟି ପଞ୍ଚାୟତିରାଜ ବିଭାଗକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଉଠାଦୋକାନୀଙ୍କ ସହାୟତା ପାଇଁ ନଗର ଉନ୍ନୟନ ବିଭାଗକୁ ୧୯ କୋଟି ଏବଂ ପୁଲିସ କଲ୍ୟାଣ ପାଇଁ ଗୃହ ବିଭାଗକୁ ୧୫ କୋଟି ଅର୍ଥ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ