ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହରିହର ଦାସ ପାଇଲେ ସହାୟତା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନ୍.ଏ.ସ. ଅନ୍ତର୍ଗତ ସିଦ୍ଧିପୁରର ଦାମୋଦର ଦାସଙ୍କ ପୁଅ ହରିହର ଦାସ ବହୁ ଦିନରୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ । ପରିବାର ଠାରୁ ଦୂରେଇ ଥିବା ହରିହର ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଗୁରୁତର ହୋଇପଡିଥିଲା । ଗତମାସ ୨୬ ରେ ପୋଲସରା ଗସ୍ତରେ ଆସିଥିବା ଫାଇଭି ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହରିହର ସାକ୍ଷାତ କରି ଉତ୍ତମ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଦରଖାସ୍ତ କରିଥିଲେ । ଫାଇଭି ଟି ସଚିବ ଶ୍ରୀ ପାଣ୍ଡିଆନ ହରିହରଙ୍କ ଅବସ୍ଥା ଅନୁଭବ କରି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ପୋଲସରା ବିଡ଼ିଓ ଧର୍ମରାଜ ପରିଡ଼ା, ଅତିରିକ୍ତ ତହସିଲଦାର ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶୋଭନ କୁମାର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ସିଦ୍ଧିପୁରକୁ ଯାଇ ଟିବି ରୋଗରେ ଆକ୍ରାନ୍ତ ଥିବା ହରିହରଙ୍କୁ ୩୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ତାଙ୍କର ଆର୍ଥିକ ପରିସ୍ଥିତି ସ୍ବଛଳ ନଥିବାରୁ ହରିହର ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଭିକ୍ଷା ବୃତ୍ତି ପେଟ ପୋଷୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇବା ପରେ ହରିହର ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭି ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ