ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଧାୟକଙ୍କ ୩ମାସର ଦରମା ସହ ବିଧାୟକ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ

କେନ୍ଦ୍ରାପଡା : କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କର ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ସହିତ ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠି ୨୦୧୯-୨୦ ଆର୍ଥିକବର୍ଷରୁ କୋଭିଡ-୧୯ର ସଚେତନତା ଉପଲକ୍ଷେ ପ୍ରତିଷେଧକ, ଯତ୍ନ ଓ ସୁରକ୍ଷା ନିମନ୍ତେ ୭୦ଲକ୍ଷ ଟଙ୍କା କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅଧିନ ଅଚଂଳରେ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା – ୧୪/୨୦୨୦ରେ ଏକ ଚିଠି ଲେଖି ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ପତ୍ର ସଂଖ୍ୟା – ୪୬୭୯(୩୦) ତା ୨୩.୦୩.୨୦୨୦ରିଖର ନିର୍ଦେଶ ଅନୁଯାଇ ଏହି ପାଣ୍ଠିକୁ ଆବଶ୍ୟକ ପ୍ରକଳ୍ପରେ ବିନିଯୋଗ କରିବାକୁ ବିଧାୟକ ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ