ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯୁବ ବ୍ୟବସାୟୀ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ପ୍ରଦାନ

ଛତ୍ରପୁର : ସାଂପ୍ରତିକ କରୋନା ଭୂତାଣୁ ଦ୍ୱାରା ଦେଖା ଦେଇଥିବା ସାମାଜିକ ଦୁର୍ଦ୍ଦିନରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯଥାଶକ୍ତି ଅର୍ଥରାଶି ସହାୟତା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେଶ ଓ ରାଜ୍ୟର ବିପଦ ସମୟରେ ଆମେ ସମସ୍ତେ ସାହାର୍ଯ୍ୟର ହାତ ବଢାଇବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ର ଯୁବ ବ୍ୟବସାୟୀ ଡମ୍ବୁରୁ ଧର ସାହୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଜରିଆରେ ୧ଲକ୍ଷ ୧୧ହଜାର ୧୧୧ଟଙ୍କା ସହାୟତା କରିଛନ୍ତି । ଜିଲ୍ଲାପାଳଙ୍କୁ ୧ଲକ୍ଷ ୧୧ହଜାର ୧୧୧ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଚେକ ପ୍ରଦାନ ବେଳେ ତାଙ୍କର ସହଧର୍ମଣି ରେଣୁବାଳା ସାହୁ ଏବଂ ଝିଅ ଲିପିକା ସାହୁ ଉପସ୍ଥିତ ରହି କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଅପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କୌଣସି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ