ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ହିଞ୍ଜିଳିକାଟ. (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ରାଜ୍ୟରେ ୪୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏଥି ସକାଶେ ବହୁ ବଦାନ୍ୟ ବ୍ୟକ୍ତି ଓ ଗୋଷ୍ଠୀ ସ୍ୱଇଛାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିକୁ ସାମର୍ଥ୍ୟ ମୁତାବକ ଅର୍ଥରାଶି ଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଂଜିଳିକାଟୁ (ପୋଚିଲିମା ପେଣ୍ଠ) କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ୧୮ ହଜାର ୭ଶହ ଟଙ୍କା ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ମହିଳା ସଂଘର ଏଭଳି ପଦକ୍ଷେପକୁ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ସାଧୁବାଦ ଜଣାଇଛନ୍ତି । କଳିଙ୍ଗ ବୈଶ୍ୟ ମହିଳା ସଂଘର ସଭାନେତ୍ରୀ ଟି. ଅର୍ଚ୍ଚନା ପାତ୍ର, ସମ୍ପାଦିକା ପି. ରିନା ପାତ୍ର ଓ କୋଷାଧ୍ୟକ୍ଷ ଇ. ମିନାକ୍ଷୀ ପାତ୍ର ପ୍ରମୁଖ ଉପସ୍ତିତ ଥିଲେ ।
ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମର କିଛି ଉତ୍ସାହୀ ଯୁବକ ଗ୍ରାମର ଘର ଘର ବୁଲି ୧୩ ହଜାର ଟଙ୍କା ସଂଗ୍ରହ କରିଛନ୍ତି । ସଂଗୃହୀତ ଅର୍ଥରାଶିକୁ ମଙ୍ଗଳବାର ହିଂଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସଂପୃକ୍ତ ଗ୍ରାମର ଯୁବକଙ୍କ ଏଭଳି ପଦକ୍ଷେପକୁ ବିଡ଼ିଓ ପାତ୍ର ସାଧୁବାଦ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିଳା ଭଉଳ, ଦୀପକ ପରିଡ଼ା, ଚନ୍ଦନ ଦଳାଇ, କାହ୍ନା ଖୁଂଟିଆ, ବସନ୍ତ ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।