ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬୦ହଜାର ଦାନ କଲେ ଶିକ୍ଷକ ଶିକ୍ଷୟତ୍ରୀ

ହାଟଡିହି : କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଦେଶ ଏବେ ଘୋର ଆର୍ôଥକ ସଙ୍କଟ ଦେଇ ଗତିକରୁଥିବାବେଳେ ହାଟଡିହି ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନେ ସରକାରଙ୍କୁ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି । ପୁର୍ବରୁ କିଛି ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଥିବାବେଳେ ହାଟଡିହି କ୍ଲଷ୍ଟରରେ କାର୍ଯ୍ୟରତ ସିଆରସିସି ପ୍ରଫୁଲ କୁମାର ସାହୁ, ନିରୁପମା ମିଶ୍ର, ସ୍ମିତା ମହାନ୍ତି, ସ୍ନେହଲତା ମହାରଣା, କନକଲତା ବିଶ୍ୱାଳ, ପ୍ରମୋଦ ଜେନା, ସୁରେନ୍ଦ୍ର ସା, ପ୍ରତିମା ମହାନ୍ତି, ପୁର୍ଣ୍ଣଚନ୍ଦ୍ର ଜେନା, ସୁଧାଶୁଂବଳା ପଣ୍ଡା, ପ୍ରୀୟମ୍ବଦା ଖୁଣ୍ଟିଆ, ସୁନନ୍ଦା ଖମାରୀ, ମନୋରଞ୍ଜନ ନାୟକ, ଦେବର୍ଶି ପଦ୍ମାଗନ୍ଧା ପରିଡା ପ୍ରମୁଖ ୧୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ୫୯୭୨୧ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ, କୋଭିଡ-୧୯କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ