ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ଆବାହକତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିଶାଳ ଜନ ଅସନ୍ତୋଷ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୁବକଂଗ୍ରେସ କର୍ମୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ କହିଥିଲେ ଯେ, ୧୧ ବର୍ଷର ମୋଦି ସରକାର ଏ ରାଷ୍ଟ୍ରର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି । ବେରୋଜଗାରୀ ଓ ନିଶାଖୋର ମୋଦି ସରକାରଙ୍କର ଦୁଇଟି ପ୍ରମୁଖ ଯୋଜନା ବୋଲି କହିଥିଲେ । ସେ କହିଥିଲେ ଯେ, ଯୁବ କଂଗ୍ରେସ ପକ୍ଷରୁ ‘ନିଶା ନୁହେଁ, ଚାକିିରି ଦିଅ’ ବୋଲି ଏକ ଅଭିଯାନ ସାରା ଦେଶରେ ଚାଲିଛି । ଏହି ଅଭିଯାନକୁ ପଞ୍ଚାୟସ୍ତରକୁ ନେବା ପାଇଁ ଶ୍ରୀ ଚିବ୍ ସେଠାରେ ଉପସ୍ଥିତ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ମୋଦି-ଆଦାନୀଙ୍କ ମଧୁଚନ୍ଦ୍ରିକା କଥା ଦେଶବାସୀ ଜାଣନ୍ତି । ଜନନାୟକ ରାହୁଲ ଗାନ୍ଧୀ ଏମାନଙ୍କର ଭିତିିରି ସମ୍ପର୍କ ବିଷୟରେ ସଂସଦରେ ଏବଂ ସଂସଦ ବାହାରେ ବାରମ୍ବାର ପ୍ରଘଟ କରିଛନ୍ତି । ଗୁଜୁରାଟର ଆଦାନୀ ପୋର୍ଟରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରାହେଲା । ଯେହେତୁ ଆଦାନୀ ମୋଦିଙ୍କ ପ୍ରିୟ ଶିଳ୍ପପତି, ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସେଠାରେ କାର୍ଯ୍ୟରତ ସାଧାରଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ୧୧ ବର୍ଷର ମୋଦି ସରକାରରେ ସମ୍ବିଧାନର କ୍ଷମତାକୁ ସଙ୍କୁଚିତ କରିଦିଆଯାଇଛି । ଗଣତନ୍ତ୍ର ଆଜି ବିପଦରେ । ଯେଉଁମାନେ ମୋଦି ସରକାରର ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ବିରୋଧରେ ଇଡି, ସିବିଆଇ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥା ଲଗାଇ ହଇରାଣ ହରକତ କରାଯାଉଛି । ଦେଶରେ ବେକାରୀ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି । ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ୧୧ ବର୍ଷ ପରେ ପ୍ରତାରଣା ଥିଲା ବୋଲି ପ୍ରମାଣିତ କରିଛି । ଓଡ଼ିଶାରେ ମୋହନ ସରକାର ଏକ କାଠପୁୁତୁଲି ସରକାର ବୋଲି ସେ କହିଛନ୍ତି । ଏହି ସଭାରେ ଏକ କଣ୍ଢେଇ ପ୍ରଦର୍ଶନ କରି ସେ ଝୁଲାଇଥିଲେ । ସେହି କଣ୍ଢେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଯିଏକି ଦିଲ୍ଲୀର ନିର୍ଦ୍ଦେଶରେ ଉଠୁବସ୍ ହୁଅନ୍ତି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଖିଳ ଭାରତ ଯୁବ କଂଗ୍ରେସ ସମ୍ପାଦକ ଅଜିତ ସିଂ ଓ ଅଭିନବ ଭଗତ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିଲେ ହେଁ ଏଠାରେ ଆଦିବାସୀମାନେ ଅତ୍ୟାଚାରିତ । ବିଶେଷକରି ମୁସ୍ଲିମ୍, ଖ୍ରୀଷ୍ଟିଆନ ଓ ଦଳିତ ଲୋକମାନେ ମୋହନ ସରକାରରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ, ଯୁବ କଂଗ୍ରେସର ୮ ଦଫା ଦାବିକୁ ମୋହନ ସରକାର ତୁରନ୍ତ ସମାଧାନ କରିବା ପାଇଁ ଉଦ୍ୟମ କରନ୍ତୁ, ନଚେତ ଆନ୍ଦୋଳନ ଚାଲୁ ରହିବ । ବିଶେଷକରି ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉତ୍କଟ ଦରଦାମ ବୋଝରେ ଓଡ଼ିଶା ଲୋକ ହନ୍ତସନ୍ତ ହୋଇପଡ଼ିଛନ୍ତି । ସେହିପରି ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ କହି ଏବେ ସ୍ମାର୍ଟ ମିଟର ମାଧ୍ୟମରେ ମୋହନ ସରକାର ବିଜୁଳି ଖାଉଟିଙ୍କର ରକ୍ତ ଶୋଷଣ କରୁଛନ୍ତି ।
ପ୍ରତିବାଦ ସଭା ପରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବ୍ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଅପର ପିଏମ୍ସିଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଯାଇଥିଲା । ଯୁବ କଂଗ୍ରେସ କର୍ମୀମାନେ ପୋଲିସ୍ ବାରିକେଡ଼ ଭାଙ୍ଗି ଦେଇଥିଲେ । ଯୁବ କଂଗ୍ରେସ ପକ୍ଷରୁ ମୋହନ ମାଝୀଙ୍କ ବାସଭବନ ସମ୍ମଖରେ ଏକ କାଠପୁତୁଲିକୁ ପ୍ରଦର୍ଶନ କରାଯାଇଥିଲା । ପ୍ରାୟ ଏକଘଣ୍ଟା ଧରି ସେଠାରେ ପୋଲିସ୍ ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଘଟଣାସ୍ଥଳରୁ ପୋଲିସ ଭ୍ୟାନ ଯୋଗେ ଯୁବ କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନବଜ୍ୟୋତି ପଟ୍ଟନାୟକ, ୟାସିର ନୱାଜ, ଉଦିତ ପ୍ରଧାନ, ସନ୍ତୋଷ ଜେନା, ମନୋଜ ଜେନା, ମନୋଜ ବିଶ୍ୱାଳ, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ସୁଦୀପ ସାମଲ, ନିହାର ବେହେରା, ଅଜୟ ସାହୁ, କୃଷ୍ଣ ମହାନ୍ତି, ରାଜୀବ ପଟ୍ଟନାୟକ, କିରଣ ସାହୁ, ସତ୍ୟଜିତ ପଟ୍ଟନାୟକ, ଅଭିଳାଷ ମାଣିଆ, ମହମ୍ମଦ ଗୁଲଫାମ୍, ପ୍ରଭାସ କର ମହାପାତ୍ର, ସ୍ୱାଗତ କର, କେଦାର ଦଳେଇ, ଅଭିଜିତ, ମହମ୍ମଦ ପରଭେଜ, ରଞ୍ଜନ ଦାସ, ଆଲୋକ ଦାସ, ସନେଶ ଧୀର, ବଟକୃଷ୍ଣ ରାଉତରାୟ, କମଳ ତାଣ୍ଡି, ବୀରେନ୍ଦ୍ର ବାଗ, ସୁବ୍ରତ ବେହେରା, ବିରଞ୍ôଚ ବାରିକ, ସୁରଜ ରାଉତ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଶୁଭମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।