ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶିକ୍ଷା ପରାମର୍ଶଦାତାଙ୍କ ୩ଦିନିଆ ଗଜପତି ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ତିନିଦିନିଆ ଗସ୍ତରେ ଆସି ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଗସ୍ତ କରି ତଦାରଖ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ଶିକ୍ଷାର ବିକାଶ ମୂଳକ କାର୍ଯ୍ୟରେ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ତ୍ରିପାଠୀ ଗଜପତି ଜିଲ୍ଲାରେ ଚାଲିଥିବା ସ୍ମାର୍ଟ କ୍ଲାସ ବୁଲି ଦେଖିଥିଲେ । ଗସ୍ତର ପ୍ରଥମ ଦିନରେ ଜିଲ୍ଲାରେ ବିଭିନ୍ନ ଉଚ୍ଚପଦସ୍ତ ଅଧିକାରୀ ସହ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ମହାବିଦ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ସେହିପରି ଭାବରେ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷା ଉପରେ ଆଲୋଚନା କରିଥିଲେ । ଗୋଷାଣୀ ବ୍ଲକର ଲିଙ୍ଗିପରୁ ଏବଂ ରାୟଗଡ ବ୍ଲକର କଇଠପଦର ଓଏଭି ପରିଦର୍ଶନ କରିଥିଲେ । ତୃତୀୟ ଦିନରେ ଗଜପତି ଜିଲ୍ଲାର ମହାବିଦୟାଳୟ ଆଦି ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ପି.କେ. ନାୟକ ପ୍ରମୁଖଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓଏଭି, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତଥିଲେ ।