ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୃଦ୍ଧ ଓଡିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଠା ଜାରି ରହିଛି । ଓଡିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁକୋଟି ଟଙ୍କା ମୂଲ୍ୟର ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ବହୁ ଉନ୍ନୟନ ମୂଳକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡିକୁ ତ୍ୱରିତ ବେଗରେ ସମ୍ପୁର୍ଣ୍ଣ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରି ଆବଶ୍ୟକତା ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ରାଜ୍ୟ ଓ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରାଜ୍ୟ ମୁଖଆଙ୍କ ଗଡ ହିଞ୍ଜିଳିକାଟୁକୁ ଘନ ଘନ ଗସ୍ତ କରି ମୋ ସରକାର ଓ ୫ଟି ତତ୍ତ୍ୱ ଆଧାରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ନିତ ପାଇଁ ଆଲୋଚନା ଓ ସମୀକ୍ଷା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ପ୍ରମୁଖ ସଚିବ ଆର. ଭୀନିଲ କ୍ରୀଷ୍ଣା ଓ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି । ପ୍ରଥମେ ହିଞ୍ଜିଳିକାଟୁ ଗସ୍ତ କରି ବ୍ଳକର ବେଲଗାଁ ପଞ୍ଚାୟତରେ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ଆବଶ୍ୟକ ଚିକିତ୍ସା ସୁବିଧା ସର୍ମ୍ପକରେ ରୋଗୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବେଲେଶ୍ୱର ସ୍ୱାତକ ମହାବିଦ୍ୟାଳୟରେ ପହଞ୍ଚି ମହାବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ବୁଲି ଦେଖିଥିଲେ । ବେଲଗାଁ କାର୍ଯ୍ୟକ୍ରମ ସାରି ଶାସନଆମ୍ବଗାଁ ଓଡିଶା ଆଦଶଁ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀକକ୍ଷ ବୁଲି ଦେଖିବା ସହ ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ସେଠାରୁ ଖରିଡା ଗ୍ରାମ ସ୍ଥିତ ମା’ କରେଇଶୁଣୀ ମନ୍ଦିରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ରୂପାନ୍ତରିତ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମନ୍ଦିରର ଆନୁସଙ୍ଗିକ ବ୍ୟବସ୍ଥା ସର୍ମ୍ପକରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସଠେରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ଅଭିମୁଖେ ଯାତ୍ରା କରିଥିଲେ । ସ୍ଥାନୀୟ ପୌରାଞ୍ଚଳରେ ପହଞ୍ଚି ବସ ଟର୍ମନାଲ ନିକଟସ୍ଥ ନିର୍ମାଣଧିନ ମାର୍କେଟ କମ୍ପେ୍ଳକ୍ସ ବୁଲି ଦେଖିଥିଲେ । ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ନିର୍ମାଣଧିନ ନ ମାର୍କେଟ କମ୍ପେ୍ଳକ୍ସରେ ଗ୍ରାଉଣ୍ଡ ଫ୍ଲୋର ନିର୍ମଶର କରାଯାଇ ବ୍ୟବସାୟୀଙ୍କୁ ପ୍ରଦାନ କରିବା ଲାଗି ଦାବି ପତ୍ର ପ୍ରଦାନ କରାଯାଇଥିଲା । ସେଠାରୁ ଆହାର କେନ୍ଦ୍ର, ରୋଷେଇଶାଳଓ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ । ସେଠାରୁ ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚି ନିର୍ମାଣଧିନ କୋଠା ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ଛାତ୍ରାବାସ ସକାଶେ ଜମି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ପାଠାଗାରା ବୁଲି ଦେଖିଥିଲେ । ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିବା ସହ ଚଳିତ ବର୍ଷ ମହାଆଡମ୍ବର ସହକାରେ ବାର୍ଷିକତ୍ସୋବ ପାଳନ କରିବା ପାଇଁ ଶିକ୍ଷାର୍ଥୀ ମାନେ ସ୍ୱତନ୍ତ୍ର ସଚିବଙ୍କୁ ଅନୁରୋଧ କରିଥିଲେ । ମହାବିଦ୍ୟାଳୟ କୋଠା ନିର୍ମାଣ, ଅତ୍ୟାଧୁନିକ ଶିକ୍ଷାଦାନ ସର୍ମ୍ପକରେ ଅଧ୍ୟାପିକା ଡଃ. ସମ୍ପର୍ଣ୍ଣା ରାଣୀ ଦାଶଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ପୋଚିଲିମା ଖାମ୍ବେୟା ଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ପହଞ୍ଚି ନିର୍ମାଣଧିନ ରୂପାନ୍ତରିତ ବିଦ୍ୟାଳୟ କୋଠା ବୁଲି ଦେଖିବା ସହ ଶିକ୍ଷାଦାନ ଓ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ସର୍ମ୍ପକରେ ଶିକ୍ଷାର୍ଥୀ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସମରଝୋଳ ଗ୍ରାମକୁ ଯାଇ ନିର୍ମାଣଧିନ ପୋଖରୀ ସୌନ୍ଦର୍ଯ୍ୟକରଣ ବୁଲି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ପୂର୍ତ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ. ଇଙ୍କିମ ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଫେରି ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳରେ ମଧ୍ୟାନ୍ନଭୋଜନ ସାରି ସ୍ଥାନୀୟ ବ୍ଳକ ବୁରୁପୋଡା ପଞ୍ଚାୟତ ଶ୍ୟାମଳାଇ ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ରୂପାନ୍ତରିତ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ବୃନ୍ଦଙ୍କ ସହ ଆଲୋଚନା କରି ଶେରଗଡ ଅଭିମୁଖେ ଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ନଗର ବିଜେଡି ସଭାପତି ଭୀମସେନ ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ, ପୌରାଞ୍ଚଳ ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ସରୋଜ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟ ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ ।