ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ କାର୍ଯ୍ୟକ୍ରମନିମନ୍ତେ : ଜିଲ୍ଲା ସ୍ତରୀୟ କମିଟି ର ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାପାଳ ଙ୍କ ଓସ୍ୱାନ ହଲ ଠାରେ ଓଡିଶା ସରକାରଙ୍କ ଦ୍ୱାରା କୃଷକ ମାନଙ୍କ ଉଦ୍ଦେଶ୍ୟରେ ହୋଇଥିବା ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ କାର୍ଯ୍ୟକ୍ରମର ଏକ ଜିଲ୍ଲା ସ୍ତରୀୟ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା..ଯାହାର ଉଦ୍ଦେଶ୍ୟ ହେଲା କୃଷକ ମାନଙ୍କ ଦ୍ୱାରା ନିଜ ର ଜ୍ଞାନ କୌଶଳରେ ଅଭିନବ କୃଷି ଯନ୍ତ୍ରପାତି ତିଆରି କରିବା କିମ୍ବା ନୂତନ ଜ୍ଞାନ କୌଶଳ ବିଭାଗକୁ ଦେବା, ଯାହାକି ଚାଷ କାର୍ଯ୍ୟରେ ବ୍ୟବହାର ହୋଇପାରିବ ଏବଂ ଚାଷୀ ମାନେ ଏହାଦ୍ୱାରା ଉପକୃତ ହୋଇପାରିବେ,ଏଥିପାଇଁ ଜିଲ୍ଲାର ପ୍ରତି ବ୍ଲକ ରେ ଥିବା ସମସ୍ତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଅଭିନବ ଯନ୍ତ୍ରପାତି ଉଦ୍ଭାବନ କରିଥିବା ଚାଷୀ ଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା, ସମ୍ପୂର୍ଣ ଜିଲ୍ଲାରେ ଚାଷୀଙ୍କ ଠାରୁ ୬୮ଗୋଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ କ୍ଷେତ୍ର ପରିଦର୍ଶନ କରି ୧୦ଜଣ ଚାଷୀ ଙ୍କୁ ଚୟନ କରାଯାଇଥିଲା, ସେଥି ମଧ୍ୟ ରୁ ଆଜିର ଚୟନ କମିଟି ପକ୍ଷରୁ ୪ ଜଣ ଚାଷୀଙ୍କୁ ଚୟନ କମିଟି ଦ୍ୱାରା ମନୋନୀତ କରାଯାଇଥିଲା, ଯାହାକି ରାଜ୍ୟସ୍ତରରୁ କୁ ପଠାଯାଇଛି , ସେଥି ମଧ୍ୟରୁ ନୂତନ ଭାବେ ଯନ୍ତ୍ରପାତି ଉଦ୍ଭାବନ କରିଥିବା ୩ଜଣ ଚାଷୀଙ୍କୁ ପୁରସ୍କାର ସ୍ୱରୂପ ୧୫୦୦୦ ଟଙ୍କା ହିସାବରେ ଏବଂ ନୂତନ ଜ୍ଞାନ କୌଶଳ ଦେଇଥିବା ଜଣେ ଚାଷୀ ଙ୍କୁ ୫୦୦୦ ଟଙ୍କା ଅର୍ଥରାଶି ଦିଆଯିବା ପାଇଁ ସ୍ଥିର ହୋଇଥିଲା , ଚୟନ କରାଯାଇଥିବା ଚାଷୀ ମାନଙ୍କୁ ଆସନ୍ତା ଜାନୁୟାରୀ ମାସ ରେ ବ୍ରହ୍ମପୁର ଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ର ପାତି ମେଳା ସମ୍ମାନୀତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି, ଉକ୍ତ କାର୍ଯ୍ୟକ୍ରମ ରେ ଯୋଜନା ବିଷୟରେ ଆବାହକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ
ରବି ନାରାୟଣ ପଣ୍ଡା ବିସ୍ତୃତ ଭାବେବୈଠକ ରେ ଉପସ୍ଥାପନା କରିଥିଲେ, ଏଭଳି କାର୍ଯ୍ୟକ୍ରମ କରି ଚାଷୀଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ୱାରୂପ କରିଥିଲେ..ଏହାସହ ଜିଲ୍ଲାରେ ଚାଲିଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋଷ୍ଠୀ ପ୍ରକଳ୍ପ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ, ଏହି ଅବସର ରେ ଜିଲ୍ଲା କମିଟି ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ