ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ମୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ଏହାର ମୁକାବିଲା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ଆର୍ଥୀକ ସ୍ଥିତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ବହୁ ଗୋଷ୍ଠୀ ଏବଂ ବଦାନ୍ୟ ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରି ଆସୁଛନ୍ତି । ସୋମାବର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସିଥିବା ବେଳେ ସ୍ଥାନୀୟ ପୌରାଂଚଳ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ସଭାପତି ଦେବାନନ୍ଦ ମହାପାତ୍ର ଓ ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ମନୋଜ କୁମାର ସାହୁ, ସମୀକ୍ଷକ ଡ଼ଃ, ରମେଶ ଚନ୍ଦ୍ର ଚୌଧୁରୀ, ଡ଼ଃ, ଗଦାଡଧର ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁନିଳ କୁମାର ସାହୁ, ଗୌରହରି ପୃଷ୍ଟି, ଯୁଗଳ କିଶୋର ପଣ୍ଡା, ଜୟରାମ ପାତ୍ର ପ୍ରମୁଖ ୩ଶହରୁ ଉର୍ଦ୍ଧ୍ୱ ମାସ୍କ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ପ୍ରଦାନ କରିଥିଲେ । ଅନୁରୂପ ଭାବେ ଡ଼ଃ, ରମେଶ ଚନ୍ଦ୍ର ଚୌଧୁରୀ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଓ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ । ତହସିଲଦାର ଗୋପିନାଥ କୁଅଁର, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ