ମୁଖ୍ୟମନ୍ତ୍ରୀ ଓ ବାଲେଶ୍ୱର ଏସ୍ପି ମୋ ଦୁଃଖ ନଶୁଣିଲେ ମୁଁ ବିଧାନସଭା ଆଗରେ ଆତ୍ମହୁତି ଦେବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୁଖ୍ୟମନ୍ତ୍ରୀ ଓ ବାଲେଶ୍ୱର ଏସ୍ପି ମୋ ଦୁଃଖ ନ ଶୁଣିଲେ ମୁଁ ବିଧାନସଭା ଆଗରେ ଧାରଣା ଦେବି, ଆବଶ୍ୟକ ପଡ଼ିଲେ ଆତ୍ମହୁତି ଦେବି । ଏପରି ଚରମବାଣୀ ଶୁଣାଇଛନ୍ତି ବାଲେଶ୍ୱର ଜିଲ୍ଲା ଜାଳେଶ୍ୱର ଥାନା ଅଧୀନ ରାଜପୁରର ପୁରୁଷୋତ୍ତମ ଗିରି (୩୧) । ପୁରୁଷୋତ୍ତମଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ଉଷାରାଣୀ ଗିରି ଓ ଗୋଟିଏ ୫ ବର୍ଷର ଝିଅ ଫେବୃୟାରୀ ୯ ତାରିଖରେ ନିଖୋଜ ହୋଇଥିଲେ । ଦୁଇଦିନ ଧରି ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କର ଜଣେ ପରିଚିତ ଯୁବକ ପଶ୍ଚିମ ମେଦିନାପୁର, ଡ଼ାନ୍ତନୁ ଅଧିନ ନାଗରପଡ଼ାର କାର୍ତ୍ତିକ ଜେନା (୨୬) ମୋ ବିରୁଦ୍ଧରେ ମିଛ ସତ କହି ଓ ତାକୁ ପ୍ରଲୋଭନ ଦେଖାଇ ନେଇଯାଇଛି । ପରେ ଜାଣିବାକୁ ପାଇଲି ମୋର ଘରେ ଥିବା ସୁନା ଜିନିଷର ମୁଦି, ୪ଟି ସୁନା ଚେନ୍, ଗୋଟେ ସୁନା କାନଫୁଲ, ଝିଅର କାନଫୁଲ ଓ ୫ ହଳ ପାଉଁଜି ନେଇ ପଳାଇଛନ୍ତି । ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା ହେବ । କାର୍ତ୍ତିକ ଜେନା ମୋର ସ୍ତ୍ରୀ ଉଷାରାଣୀ ଗିରିକୁ ନେଇ ପଶ୍ଚିମ ମେଦିନାପୁରରେ ରଖିଛି । ଏହି ଘଟଣା ମୁଁ ଜାଣିବା ପରେ କାର୍ତ୍ତିକ ଜେନାକୁ ପଚାରିବାରୁ ସେ ମୋତେ ଜୀବନରେ ମାରିଦେବାକୁ ଧମକ ଦେଉଛି । ମୋର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହଡ଼ପ କରିନେବାକୁ କାର୍ତ୍ତିକ ଜେନା, ମୋର ସ୍ତ୍ରୀ ଉଷାରାଣୀ ଗିରି ମାଧ୍ୟମରେ ଷଡ଼ଯନ୍ତ୍ର କରୁଛି । ମୋ ଜୀବନ ପ୍ରତି ବିପଦ ଥିବାରୁ ଗତ ଫେବୃୟାରୀ ୧୧ ତାରିଖରେ ଜଳେଶ୍ୱର ଥାନାରେ ଥାନା ଅଧିକାରୀଙ୍କୁ ଏତଲା ଦେଇଥିଲି । ଥାନା ଅଧିକାରୀ ମୋର ଅଭିଯୋଗକୁ ନ ରଖି, ମୋ ଆଗରେ ଚିରିଦେଲେ ଓ ଗୋଟେ ମିସିଂ କେସ୍ ରଖି, ଆଜି ଆସ, କାଲି ଆସ କହି କାର୍ତ୍ତିକ ନାମରେ ମାମଲା କଲେ ନାହିଁ । ମୋର ଏତଲାକୁ ଟାଳି ଚାଳିଲେ । ତାପରେ କରୋନା ପାଇଁ ଲକଡ଼ାଉନ ହେବାରୁ ଲକଡ଼ାଉନ ସରିବା ପରେ ଆସିବାକୁ କହିଲେ । ଲକଡ଼ାଉନ ସରିବା ପରେ କାର୍ତ୍ତିକ ପୁଣି ଗତ ଅଗଷ୍ଟ ୨୩ ତାରିଖରେ ଜଳେଶ୍ୱର ଥାନା ଅଧିକାରୀଙ୍କୁ ଦେଖାକଲେ । ହେଲେ ଏତଲା ବିଷୟରେ କିଛି କରି ହେବନି କହି ଭଗାଇଦେଲେ । ଏ ନେଇ ସେ ବାଲେଶ୍ୱର ଏସ୍.ପିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ଏପର୍ଯ୍ୟନ୍ତ ମାମଲା ହେଲା ନାହିଁ । କାର୍ତ୍ତିକ ଜେନାଙ୍କୁ ଗିରଫ କରାଗଲା ନାହିଁ । ଏପରିକି ତାଙ୍କ ସୁନା ଗହଣା ଉଦ୍ଧାର ହୋଇପାରିଲା ନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବି । ପରବର୍ତ୍ତୀ ସମୟରେ ଯାହା ହେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପୁରୁଷୋତ୍ତମ ଚେତନାବନୀ ଦେଇଛନ୍ତି ।