ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ଓ ଉଦ୍ୟୋଗୀ ସମ୍ମିଳନୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର ଓ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ( ସାଧାରଣ ) ଲୀନା କୁମାରୀ ଖେସ୍ ଯୋଗଦେଇ ସମ୍ମିଳନୀ କୁ ଉଦଘାଟନ କରିବା ସହିତ ଯୋଜାନକୁ ସଠିକ ଭାବେ ପରିଚାଳନା କରିବା ନିମନ୍ତେ ବିଭିଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଓଡିଶା ସରକାରଙ୍କର କୃଷି ଓ ସହଯୋଗୀ ବିଭାଗ ମାନଙ୍କ ଦ୍ୱାରା କୃଷି ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରକଳ୍ପ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ସୁବିଧା ଦିଆଯାଇଥାଏ , ଏହି ସମ୍ମିଳନୀରେ ଉଦ୍ୟୋଗୀ ମାନଙ୍କ ବଙ୍କେୟା ଅର୍ଥ ପ୍ରଦାନ ଓ ନୂତନ ଉଦ୍ୟୋଗୀ ମାନଙ୍କୁ କିପରୀ ନୂଆ ନୁଆ ପ୍ରକଳ୍ପ ମଂଜୁର ଉପରେ ଗୁରୁତ୍ୱ ଦିଆଯାଇଥିଲ।। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ କୃଷି , ପ୍ରାଣୀଧନ . ଉଦ୍ୟାନ ଓ ମତ୍ସ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ଉଦ୍ୟୋଗୀ ମାନଙ୍କ ପାଇଁ ଉଦ୍ଦିଷ୍ଣ ଅଛି । ଏହା ସଠିକ ଭାବେ କିପରୀ କାର୍ଯ୍ୟକାରୀ ହେବ , ସେଥି ନିମନ୍ତେ ଏହି ସମ୍ମିଳନୀରେ ବ୍ୟାଙ୍କ ମାନଙ୍କୁ କୁହାଯାଇଛି । ଏହି ସମ୍ମିଳନୀରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ନିମା ଆନନ୍ଦ , ଉଦ୍ୟାନ ବିଭାଗର କନ୍ଧ ଜେନା, ଡିଡିଏମ (ନାର୍ବାଡ) ସଂଜୀବ ମିଶ୍ର , ଅତିରିକ୍ତ ଜିଲ୍ଲା ପ୍ରାଣୀଧନ ଅଧିକାରୀ ଶିବ ପ୍ରସାଦ ମହାନ୍ତି , ଲିଡ ବ୍ୟାଙ୍କ ଅଧିକାରୀ ଅଶୋକ ପଣ୍ଡା, ସହକାରୀ କୃଷି ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଥ ଓ ପ୍ରଣତୀ ପଣ୍ଡା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ର ଜିଲ୍ଲା ସଂଯୋଜକ ଚିନ୍ମୟ ବେହେରା ଏବଂ ଆପିକଲ (ଓଡିଶା) ର ବିଭିନ୍ନ ପ୍ରତିନିଧୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ ।


