ମୁଖ୍ୟମନ୍ତ୍ରୀ କୋଭିଡ୍‌ ଫଣ୍ଡକୁ ରମ୍ଭା ଥାନା ପକ୍ଷରୁ ୩.୭୫ ଲକ୍ଷ ସହାୟତା

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ପାଇଁ ରମ୍ଭା ଥାନା ପକ୍ଷରୁ ୩ ଲକ୍ଷ ୭୫ ହଜାର ୭୩୨ ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାଏଙ୍କୁ ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରାଯାଇଥିଲା । ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଥାନା ଅଧୀନ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରାଯାଇଥିବା ଏହି ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌-୧୯ ଫଣ୍ଡକୁ ପ୍ରଦାନ କରାଯାଇଛି । ଦେଶ ଓ ରାଜ୍ୟର ବିପଦ ସମୟରେ ଆମେ ସମସ୍ତେ ସାହାଯ୍ୟର ହାତ ବଢାଇବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଥିବା ନେଇ ସରପଞ୍ଚ, ସମିତି ସଭ୍ୟ ଏବଂ ମାନ୍ୟଗଣ୍‌୍ୟ ବ୍ୟକ୍ତିମାନେ କହିବା ସହ ଲକ୍‌ଡାଉନ୍ ନିୟମକୁ ମାନିବା ଲାଗି ପରାମର୍ଶ ଦେଇଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଉତ୍କଳ କେଶରୀ ଦାଶ ଓ ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ