ମୁଖ୍ୟମନ୍ତ୍ରୀ ଘୋଷଣା ଡାକ୍ତର, ନର୍ସ, ପାରାମେଡିଲା କର୍ମଚାରୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରହିଥିବା ଡାକ୍ତର, ନର୍ସ, ପାରାମେଡିଲା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ୪ ମାସର ଦରମା ଦେବାପାଇଁ ବୁଧବାର ଘୋଷଣା କରିଛନ୍ତି । ଏପ୍ରିଲ , ମେ, ଜୁନ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ କହିଛନ୍ତି । ଏଥିସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଖରାପ ବ୍ୟବହାରେ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କ।ଜ୍ୟରତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ବହୁ ପ୍ରଶଂସା କରିଛନ୍ତି ଯେ ସେମାନଙ୍କ ସେବା ଓ ନିଷ୍ଠାପର କରଜ୍ୟର ତୁଳନା ନାହିଁ । ଆମେ ମାନେ ଆପଣମାନଙ୍କ ସହ ସଦା ସର୍ବଦା ରହିଛୁ ଆପଣମାନେ ଜନସାଧାରଣଙ୍କ ସେବା ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ