ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ ଦାବୀ ପୂରଣ ନ ହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଓ ଧାନ ବିକ୍ରୀ ପାଇଁ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବା ସହ ସମସ୍ତ ଭାଗ ଚାଷୀଙ୍କ ନାମ ପଞ୍ଜିକରଣ କରିବା ଦାବୀ ନେଇ ଶୁକ୍ରବାର ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ବ ରେ ଏକ ସ୍ମାରକ ପତ୍ର ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲୀନା କୁମାରୀ ଖେସ ଙ୍କୁ ପ୍ରଦାନ କରାଯାଇଛି ,ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଗତ ଜୁନ ଠାରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ନ ହେବା ଫଳରେ ଧାନ ରୁଆ ହୋଇପାରି ନାହିଁ, ଚଳିତ ଜୁଲାଇ ୨୪ ତାରିଖ ଲଘୁଚାପ ଜନିତ ବର୍ଷା ଯୋଗୁଁ ବର୍ତମାନ ଧାନ ରୁଆ ଆରମ୍ଭ ହୋଇଛି, ଜିଲ୍ଲାରେ ଚଳିତ ବର୍ଷ ୨୦୨୩-୨୪ ପାଇଁ ୪ ଲକ୍ଷ ୫ହଜାର ୫୭୦ ହେକ୍ଟର ଜମି ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ପ୍ରାୟ ୮୦ ଭାଗ ଜମି ଧାନ ରୁଆ ନ ହୋଇ ପଡିଆ ପଡିଛି, ଏହି ପରିପ୍ରେକ୍ଷୀ ରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ସମୟ ସୀମା ଜୁଲାଇ ୩୧ ତାରିଖ ପାଇଁ ବିଭାଗୀୟ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି, ଏହି ମାତ୍ର ତିନି ଦିନ ମଧ୍ୟରେ ଜିଲ୍ଲାର ଧାର୍ଯ୍ୟ ଲକ୍ଷ୍ୟ ଜମି ଚାଷ ହୋଇପାରିବ ନାହିଁ, ସେହିପରି ଧାନ ବିକ୍ରି ପାଇଁ ପଞ୍ଜିକରଣ ଗତ ଜୁଲାଇ ୧୫ ତାରିଖ ଠାରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରଯାଇଛି, ବିଳମ୍ବିତ ଚାଷ ଯୋଗୁଁ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଜିକରଣ ସମୟ ସୀମା ଅଗଷ୍ଟ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ, ଜିଲ୍ଲାରେ ୬୦ଭାଗ ଜମି ଭାଗ ଚାଷୀଙ୍କ ଦ୍ୱାରା ଚାଷ କରାଯାଉଛି, ଭାଗ ଚାଷୀ ଧାନ ବିକ୍ରି ପାଇଁ ଜମି ମାଲିକ ଠାରୁ ସହମତି ପତ୍ର ଆଣି ପଞ୍ଜିକରଣ କରିବା ପାଇଁ ନିଷ୍ପତି ହୋଇଚି କିନ୍ତୁ ଜମି ମାଲିକ ମାନେ ସହମତି ପତ୍ର ଦେଉ ନାହାନ୍ତି, ଯାହା ଫଳରେ ଭାଗ ଚାଷୀ ମାନେ ପଞ୍ଜିକରଣ ନ କରି ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ, ଏଣୁ ଭାଗ ଚାଷୀଙ୍କ ଜମି ସରଜମିନ ତଦନ୍ତ କରଯାଇ ପଲ୍ଲୀ ସଭା ରେ ଭାଗ ଚାଷୀ ଚିନ୍ହଟ କରି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିବା ସକାଶେ ନିର୍ଦେଶ ଦିଆଯାଉ, ନଚେତ ଆଗାମୀ ଦିନ ରେ ହକ ନିମନ୍ତେ ଜିଲ୍ଲା ବ୍ୟାପି ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ଅଜୟ ଗୌଡ଼, କେ ଗଦାଧର ରେଡ୍ଡୀ ଓ ଏସ ରବିନ୍ଦ୍ର ନାଥ ଅଚାରୀ ପ୍ରମୁଖ ଉପସ୍ଥିତ ଥିଲେ


