ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ସୋରଡା, (ରଜନୀକାନ୍ତ ମହାପାତ୍ର):ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯରତ ୮୮୧୪ ଜଣ ଠିକା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ସୋରଡା ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସୋରଡା ଠିକା ସ୍ୱାସ୍ଥ୍ୟ କର୍ମଚାରୀସଂଘ।ଓଡିଶା ଠିକା ସ୍ୱାସ୍ଥ୍ୟ କର୍ମଚାରୀ ସଂଘ ତରଫରୁ ନିଷ୍ପତି ପ୍ରକାରେ ସମସ୍ତ ବ୍ଲକରେ ଏହି ସଙ୍ଘ ତରଫରୁ ସ୍ଥାନୀୟ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ପ୍ରକାରେ ସୋରଡାରେ ମଧ୍ୟ ବିଧାୟକ ପୂର୍ଣ୍ଣଚନ୍ଦ୍ରସ୍ଵାଇଁକୁ ଦାବିପତ୍ର ପ୍ରଦାନ କରାଯାଇଛି ଓଡିଶା ଠିକା ସ୍ୱାସ୍ଥ୍ୟ କର୍ମଚାରୀ ସଂଘର ଦାବି ପ୍ରକାରେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୬ତାରିଖରେ ରାଜ୍ୟରେ କାର୍ଯ୍ୟରତ ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ ଆଶାଥିଲା ଓଡିଶାରୁ ଠିକା କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବନ୍ଦହେବ ଏବଂ ଏହା ଏକ ଐତିହାସିକ ନିଷ୍ପତି ବୋଲି ରାଜ୍ୟବାସି କହିଲେ କିନ୍ତୁ କିଛିକ୍ଷେତ୍ରରେ ଏହାର ପରିଣାମ ଅଲଗା ଦେଖିବାକୁ ମିଳିଲା।ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ ସମୟଧରି ଏହି ସ୍ୱାସ୍ଥ୍ୟ କର୍ମଚାରୀ ଲୋକଙ୍କୁ ନିରବିଛିନ୍ନ ସେବା ଯୋଗାଇଆସୁଛନ୍ତି ମହାମାରି, ଦୁରାରୋଗକୁଷ୍ଠ, ,ଯକ୍ଷ୍ମା, ମାଲେରିୟା, ପୋଲିଓ, ଡେଙ୍ଗୁ, ଏଡ୍ସ, ଆଦି ରୋଗକୁ ନିଜର ଦକ୍ଷତା ସହ ପରିଚାଳନା କରିଛନ୍ତି।ମାତୃମୃତ୍ୟୁହାର, ଶିଶୁମୃତ୍ୟୁହାର ଭଳି ସ୍ୱାସ୍ଥ୍ୟ ସୂଚକାଙ୍କରେ ହ୍ରାସକରିବାରେ ସଫଳ ହୋଇଛନ୍ତି।କୋଭିଡ ଭଳି ମହାମାରୀରେ ମଧ୍ୟ ନିଜ ଜୀବନକୁ ବାଜିରେ ଲଗାଇ ସେବା ପ୍ରଦାନ କରିବାରେ ପଛଘୁଞ୍ଚା ଦେଇନାହାନ୍ତି।ଅନେକ ଯୋଜନାକୁ ସଫଳ କରିବାରେ ଏମାନେ ଆଗରେ ରହିଥିବା ବେଳେ ରାଜ୍ୟ ସରକାର ଅଣଦେଖା କରିବା ଦୁର୍ଭାଗ୍ୟ ଜନକ ବୋଲି ସଂଘକହିଛି।୮୮୧୪ ଠିକା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରେ ୨୬୩୦ ଜଣ ଜନସ୍ୱାସ୍ଥ୍ୟଅଧିକାରୀ, ୧୯୬୮ ଜଣ ଜନସ୍ୱାସ୍ଥ୍ୟ ପାରାମେଡିକାଲ କର୍ମୀ, ୧୮୫୩ ଜଣ ମ୍ୟାନେଜେରି ଆଲକର୍ମୀ,୧୨୩୦ ଜଣ ଜିଲ୍ଲା ଜନସ୍ୱାସ୍ଥ୍ୟ ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ ମ୍ୟାନେଜେରିଆଲକର୍ମୀ, ମେଡିକାଲଆଲା ଏଡ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ୬୦୩ କର୍ମଚାରୀ, ରାଜ୍ୟ ଜନସ୍ୱାସ୍ଥ୍ୟ ପରିଚାଳନା ନିର୍ଦେଶାଳୟରେ କାର୍ଯ୍ୟରତ ୩୧୧ ଜଣମ୍ୟାନେଜେରିଆଲ ଓ ପରାମର୍ଶଡାଟାକର୍ମଚାରୀ ପ୍ରମୁଖରହିଛନ୍ତି।ଚାକିରି ନିୟମିତ କରାଯିବା ସମ୍ପର୍କରେ କୌଣସି ନିଷ୍ପତି ନିଆନଯିବା ଯୋଗୁଁ ଏହି ସ୍ୱାସ୍ଥ୍ୟ ଠିକାକର୍ମଚାରୀ ମାନେ ହଳଦିଆ ରିବନ ବାନ୍ଧିବା ସହ କାର୍ଯ୍ୟରେ ଅସହଯୋଗ ଆରମ୍ଭ କରିଛନ୍ତି।ଦାବି ପୂରଣ ନହେଲେ ଆଗାମୀ ୨୧ ତାରିଖ ରେଭୁବନେଶ୍ବର ଗାନ୍ଧୀମାର୍ଗରେ ସାମୁହିକ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ