ମୁଖ୍ୟମନ୍ତ୍ରୀ ଡାକିଲେ ସମୀକ୍ଷା ବୈଠକ

ବ୍ରହ୍ମପୁର(ଯୁଗାବ୍ଦ ନ୍ୟୁଜ) ସାମୁଦ୍ରିକ ଘୁର୍ଣ୍ଣିଝଡ ଫନିର ମୁକାବିଲା ପାଇଁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ସମୀକ୍ଷା ବୈଠକ । ବର୍ତ୍ତମାନ ଫନି ପୁରୀ ଠାରୁ ୪୨୦ କିମି ଦୁରରେ ରହିଛି । ତେବେ ଫାଇଲିନ ଠାରୁ ଫନିର ପ୍ରଭାବ କମ ରହିବ ବୋଲି ରାଜ୍ୟ ସରକାର ଆକଳନ କରୁଛନ୍ତି । ବତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ନେଇ ଏହି ବୈଠକ ବସିଛି । ଏହି ବ÷÷ଠକରେ ନଗର ଉନ୍ନୟନ ସଚିବ , ଶକ୍ତି ସଚିବ , ପଞ୍ଚାୟତି ରାଜ୍ୟ ସଚିବ , ଗ୍ରାମଣ ବିକାଶ ସଚିବ ଏହି ବୈଠକରେ ସାମିଲ ଅଛନ୍ତି । ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ବାତ୍ୟା ସମୟରେ ଚେଲିଫୋନ ସେବା ଯେପରି ବ୍ୟାଘତ ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯାଇଛି , ଅନ୍ୟପଟେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ନିରାପଦ ସ୍ଥାନରେ ରଖାଯାଉଛି । ସ୍ୱତନ୍ତ୍ର ରିଲଫ କମିଶନରଙ୍କ କହିବା କଥା , ମହିଳା, ଗର୍ଭବତୀ ମହିଳା, ଶିଶୁ, ଦିବ୍ୟ।।ଙ୍ଗ , ବୟସ୍କ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରିବାପାଇଁ ଗୁରୁତ୍ୱ ଦିଆଯାଉଛି । ୮ଲକ୍ଷରୁ ଉର୍ଦ୍ଧ ବ୍ୟକ୍ତିôଙ୍କୁ ସ୍ଥାନାନ୍ତର କରିବା କହିଛନ୍ତି ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ