ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ
ଯାଜପୁର-: ଆଶା ସାଥୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ଆଶା ସାଥୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆଶା ସାଥୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,କେନ୍ଦ୍ରସରକାର ଘୋଷଣା ମୁତାବକ ମାସିକ ୬୦୦୦ ଟଙ୍କା ଦରମା ,ୟୁନିପଂର୍ମ ପ୍ରଦାନ,ଜୀବନବିମା ରାଶି ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ପୂର୍ବରୁ ଏ ନେଇ ବାରମ୍ବାର ସଂଘ ପକ୍ଷରୁ ଦାବୀ କରାଯାଇଆସୁଥିଲେ ହେଁ ଦାବୀ ପ୍ରତି ରାଜ୍ୟସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।