ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ଇଛାପୁରସ୍ଥିତ ଶ୍ୟାମକାଳି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ କୋଭିଡ ନିୟମ ପାଳନ ପୂର୍ବକ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ସେଦିନ ସକାଳେ ୭୫ଟି ଦୀପଦାନ କରାଯିବା ସହ ଶ୍ୟାମକାଳି ମଣ୍ଡପରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ,ବିଧାୟକଙ୍କ ପ୍ରତିନିଧି ଶିବ ପ୍ରସାଦ ଭଳ,ବିଜେଡି ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ),ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦିପ କୁମାର ସାହୁ,ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର,ହିରଣ୍ୟ ପଣ୍ଡା,ପ୍ରକାଶ ପରିଡା,ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି,ରେବତୀରମଣ ଦାସ,ପ୍ରସନ୍ନ ରାଉତ,ପ୍ରମୋଦ ପ୍ରଧାନ,ହେମନ୍ତ ବିଶ୍ୱାଳ,ମହେନ୍ଦ୍ର କୁମାର ମିଶ୍ର,ଶକ୍ତିକାନ୍ତ ପାତ୍ର,ମହମ୍ମଦ ଅମୀର,ରଞ୍ଜନ ସାହୁ,ଭବାନୀ ପ୍ରସାଦ କର,ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ବେହେରା ଅସୁସ୍ଥ ଥିବାରୁ ତାଙ୍କ ପରାମର୍ଶ ଅନୁଯାଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଉପରୋକ୍ତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ