ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ପାଳନ କଲା କେନ୍ଦ୍ରାପଡା ବିଜେଡି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ପରାମର୍ଶରେ କେନ୍ଦ୍ରାପଡା ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିବସ ପାଳନ କରିଛି । ଶୁକ୍ରବାର ସକାଳେ ପ୍ରଥମେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଅରୁଣସ୍ତମ୍ବ ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରି ୭୪ଟି ଦୀପଦାନ କରାଯାଇଥିଲା । ଏହି ଉପଲକ୍ଷେ ଓଡିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ କାଳି ପ୍ରସାଦ ମିଶ୍ର ଓ ସହ-ସଂଯୋଜକ ହିରଣ୍ୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଇଛାପୁରସ୍ଥିତ ଶ୍ୟାମକାଳି ମଣ୍ଡପ ପରିସରରେ ଅନୁଷ୍ଠିତ ସ୍ୱେଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଓ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମିଳିତ ଭାବେ ଫିତାକାଟି ଉଦଘାଟନ କରିଥିଲେ । କେନ୍ଦ୍ରାପଡା ରକ୍ତ ଭଣ୍ଡାର ଅଧିକାରୀ ଡା.ମାନସ କୁମାର ଜେନା ଓ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହାୟତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୧୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ଆକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ପରିଚାଳନାରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ପୂର୍ବତନ କାଉନସିଲର ମଙ୍ଗଲବରଣ ସିଂ, ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ଦେବଦାସ ମହାନ୍ତି, ପ୍ରଦିପ୍ତ ମହାନ୍ତି, ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ(ଚନ୍ଦନ), ଭଜକୃଷ୍ଣ ରାଉତ, ବିଜୟ ପତି, ରେବତୀରମଣ ଦାସ, ସେକ ତଫିରୁଦ୍ଦିନ, ଡେରାବିଶି ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଅସୀତବନ୍ଧୁ ଧଳ, ମହେନ୍ଦ୍ର କୁମାର ମିଶ୍ର, ଦୈତାରୀ ଜେନା, ଶକ୍ତିକାନ୍ତ ପାତ୍ର, ଦେବାଶିଷ କୁବେର, ଦୁଷ୍ମନ୍ତ ମଳିକ, ସଙ୍ଗମ କେଶରୀ ସାମଲ, ଅକ୍ଷୟ କୁମାର ସାହୁ, ଯୁବନେତା ପ୍ରମୋଦ ପ୍ରଧାନ, ନରୋତ୍ତମ ମଲ୍ଲିକ, ଲୋହିତ ମହାନ୍ତି, ମାନସ ମଲ୍ଲିକ, ବିଜୟ ମଣ୍ଡଳ, ପ୍ରିୟଦର୍ଶିନୀ ତରାଇ, ଗୀତା ସେଠୀ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ରାଜଶ୍ରୀ ଦାସ, ଲିଜାରାଣୀ ପତ୍ରୀ, ଦେବସ୍ମିତା ସାମଲ, ସୋନାଲି ପ୍ରିୟଦର୍ଶିନୀ ବେହୁରା, ଅକ୍ଷୟ କୁମାର ସାହୁ, ଦୀନବନ୍ଧୁ ନାୟକ, ସ୍ୱାଧୀନ ନାୟକ, ସେକ ମତୁ, ରଞ୍ଜନ ସାହୁ, ରାଜନଗର ବ୍ଲକ ସମିତିସଭ୍ୟ ପ୍ରଶାନ୍ତ ରାଉତ, ତୁଷାର ମିଶ୍ର, ସ୍ୱରୂପ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ