ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଜପତିରେ ବିଏସକେୱାଇ ଯୋଜନାରେ ନୁତନ ସ୍ମାର୍ଟକାର୍ଡ ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଆଜି ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ବୋଲି ପ୍ରକାଶ କରି କହିଥିଲେ ଯେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି କେବଳ ପାରଳାଖେମୁଣ୍ଡି ନୁହେଁ ସାରା ଓଡିଶାରେ ସାଧାରଣଙ୍କ ଆବଶ୍ୟକତା ଓ ବିବିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ ଯୋଗାଣ, ଜଳ ସେଚନ ଆଦି ସହ ବହୁବିଧ ଉନ୍ନତି ସାଧନ କରିଥିଲେ । ସେ ଉନ୍ନତି ଓ ବିକାଶର ପ୍ରତୀକ ଅଟନ୍ତି । ତାଙ୍କରି ଆଦର୍ଶରେ ମୋର ସ୍ୱର୍ଗତ ପିତା ବିଜୁ ବାବୁ ଅନୁପ୍ରାଣିତ ହୋଇ ଗଜପତି ଜିଲ୍ଲା ସମେତ ରାଜ୍ୟ ଓ ଦେଶ ପାଇଁ ବହୁ ଉନ୍ନତି ସାଧନ କରିପାରିଛନ୍ତି । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ସହ ଏ ମାଟିର ବରପୁତ୍ର ଗୋପାଳକୃଷ୍ଣ,ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ପ୍ରମୁଖ ମହାମହିମ ପ୍ରତିଭାଧାରୀଙ୍କ ଜନ୍ମପୀଠ ଏହି ମାଟି ଅଟେ । ତେଣୁ ମୋର ସ୍ୱର୍ଗତ ପିତାଙ୍କ ପରି ମୁଁ ପାରଳା ଓ ଗଜପତି ଜିଲ୍ଲାକୁ ଅତ୍ୟନ୍ତ ଭଲ ପାଏ । ଏହି ଅଞ୍ଚଳର ଉନ୍ନତି ଓ ସେବା ମୋର କାମ୍ୟ ଅଟେ । ଆଜି ଏହି ସ୍ମାର୍ଟ ହେଲଥ୍ କାର୍ଡ ଶୁଭାରମ୍ଭ ହୋଇଯାଇଛି । କେବଳ ଏହି କାର୍ଡ ଦ୍ୱାରା ଉନ୍ନତମାନର ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ପ୍ରତି ପରିବାରର ପୁରୁଷଙ୍କୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମାଗଣାରେ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟ ସହ ଦେଶର ୨୦୦ଟି ହସ୍ପିଟାଲରେ କାର୍ଡ ଜରିଆରେ ଚିକିତ୍ସା ସୁବିଧା ଗରିବ ଲେକେ ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରି ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରି ୮୨୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରିମୋଟ୍ ଦ୍ୱାରା ଶୁଭାରମ୍ଭ କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକୀଶୋର ଦାସ,ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ମୋହନା ବିଧାୟକ ଦାଶରଥୀ ଗମାଙ୍ଗ,୫ଟି ସଚିବ,କେ.ପାଣ୍ଡିଆନ୍ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଦ୍ୱାରା ଗଜପତି ଜିଲ୍ଲାର ଗରିବ ଲୋକେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତମାନର ମାଗଣା ଚିକିତ୍ସା ପାଇପାରିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ଅଭିନନ୍ଦନ ଜଣାଇଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଏହି ସମାବେଶର ସଫଳ ପରିଚାଳନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗ୍ରସ୍ତକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ତରଫରୁ ବ୍ୟାପକ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ପାରଳା ରଜକୁମାରୀ କଲ୍ୟାଣୀ ଦେବୀ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ଏସ.ଲିଙ୍ଗରାଜ,ଏଲ.କେ ପରିଚ୍ଛା,ବାବୁଲି ରାଜଗୁରୁ ମହିଳାନେତ୍ରୀ ସଂଜୁକ୍ତା ବେହେରା,ତନୁଜା ଶତପଥି,ଇନ୍ଦିରା ପଟ୍ଟନାୟକ,ଆମ୍ମୁଲୁ ଆମ୍ମା,ଶାନ୍ତିଲତା ଜେନା ପ୍ରମୁଖହ୍‌କ ସମେତ ବହୁ ବିଜେଡି ନେତା ଓକର୍ମୀ ଉପସ୍ଥିତ ଥିଲେ । ଆଜି ମୁଖ୍ୟମନ୍ତ୍ରୀ ୧୧ଘଣ୍ଟା ସମୟରେ ହେଲିକେପ୍ଟର ଯୋଗେ ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ ଠାରେ ପହଞ୍ôଚ ସମସ୍ତ କାର୍ଯ୍ୟକ୍ରମ ସମାପନ କରି ୧୧.୩୮ ସମୟରେ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ