ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଡାକ୍ତର ନିହାର ରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରୋଗୀ ସେବାକୁ ନିଜ ଜୀବନର ବ୍ରତ କରିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲର ସହକାରୀ ପ୍ରଧ୍ୟାପକ(ଭେଷଜ )ଡାକ୍ତର ନିହାର ରଞ୍ଜନ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପୁରସ୍କାର । ଏହି ପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ସ୍ଥିତ ସାଇ ଶ୍ରଦ୍ଧା ହେଲଥ କେୟାର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସାଇ ଶ୍ରଦ୍ଧା ହେଲଥ କେୟାରର ମୁଖ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ ଏବଂ ତାଙ୍କ ଧର୍ମପତ୍ନୀ ସ୍ମରପ୍ରିୟା ପଲାଇଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ନଗର ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଡାକ୍ତର ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଡାକ୍ତର ନିହାର ରଞ୍ଜନ ସାହୁ ବ୍ରହ୍ମପୁର ଏମକେସିଜି ମେଡିକାଲର ଭେଷଜ ବିଭାଗର ସହକାରୀ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ରୋଗୀ ମାନଙ୍କୁ ସେବା ପ୍ରଦାନ କରିବାରେ ଡାକ୍ତର ଶ୍ରୀ ସାହୁଙ୍କ ଉତ୍କର୍ଷ ଭୂମିକା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।


