ମୁଖ୍ୟମନ୍ତ୍ରୀ ଭିଡିଓ କନଭେରନ୍ସିଂ ମାଧ୍ୟମ ରେ ଥାନା ଅଧିକାରି ମାନଙ୍କ ସହ କଥା ହେଲେ
ଛତ୍ରପୁର – ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ମୋ ସରକାର ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ଯାଉଥିବା ବେଳେ ଏହାର ସଫଳତା ପାଇଁ ଆଜି ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଆଜି ଏସମ୍ବନ୍ଧରେ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩୫ଜଣ ଥାନା ଅଧିକାରୀଙ୍କ ସହ ଭିଡ଼ିଓ କନଫେରେନସିଂ ଜରିଆରେ କଥା ହୋଇଛନ୍ତି ।
୫-ଟି ଅନୁସାରେ ଯିଏ ଭଲ କାମ କରିବ ତାଙ୍କୁ ବିନା କିଛି ସର୍ତାବଳୀରେ ପଦୋନ୍ନତି ଦିଆଯିବ, ଯିଏ ନକଲେ ତାଙ୍କ ପଦବି ହଠାତ୍ କମାଇ ଦିଆଯିବ ବୋଲି ସତର୍କବାଣୀ ଶୁଣାଣିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଥିବା ଓସ୍ୱାନ ଭିଡ଼ିଓ କନଫେରେନସିଂ ହଲ୍ ରେ ଏହି ଭିଡ଼ିଓ କନଫେରେନସିଂରେ ଦକ୍ଷିଣାଂଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଉପସ୍ଥିତିରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ୨୦ଜଣ ଥାନାଅଧିକାରୀ ମାନଙ୍କ ସହ ମୋ ସରକାର କାର୍ୟ୍ୟକାରୀ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୋ ସରକାର ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ମଧ୍ୟ କହିଥିଲେ । ଲୋକଙ୍କ ପ୍ରତି ଭଲ ଆଚରଣ ସହିତ ବନ୍ଧୁତାପୂର୍ଣ୍ଣ ରହିବା ଉପରେ ସମସ୍ତ ଉଦ୍ୟମ କରିବା ଉଚିତ । ଥାନାକୁ ଆସୁଥିବା ଲୋକମାନଙ୍କ କାର୍ୟ୍ୟ କିଭଳି ସହଜ ହେବ ସେଥି ପ୍ରତି ସମସ୍ତେ ଉଦ୍ୟମ କରିବା ଦରକାର ।
ଗଞ୍ଜାମ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ଡ଼ିଏସପି, ଏସଡ଼ିପିଓ ଓ ଦୁଇଟି ପୁଲିସ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଜନସାଧାରଣ ସହାୟତା ନିମନ୍ତେ ମୋ ସରକାର କାର୍ୟ୍ୟକ୍ରମ ଅକ୍ଟୋବର ୨ ଠାରୁ ଶୁଭାରମ୍ଭ କରି ଏହା କିପରି ସୁଫଳ ରୂପାୟନ ହେବ ସେଥି ପ୍ରତି ଆଗୁଆ ବହୁ ସମୀକ୍ଷା ବୈଠକ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ, ମନ୍ତ୍ରୀ ମଣ୍ଡଳର ଅନ୍ୟ ଅଧିକାରୀ, ପଦସ୍ଥ ଅଧିକାରୀମାନେ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ଥାନାକୁ ସହାୟତା ପାଇଁ ଯାଇଥିବା ଲୋକଙ୍କ ଠାରୁ ଫୋନ୍ ଦ୍ୱାରା ସେମାନଙ୍କ ମତାମତ ଓ ପତିକ୍ରିୟା ନେବେ । ଏହି କାର୍ୟ୍ୟକ୍ରମକୁ ପ୍ରଭାବି ଢଙ୍ଗରେ କାର୍ୟ୍ୟ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ କଲ୍ ସେଂଟର ପ୍ରତିଷ୍ଠା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିି ବିଶେଷଙ୍କ ଟେଲିଫୋନ୍ ନମ୍ବର ତାଲିକା ପ୍ରସ୍ତୁତ କରିବା ସହ ଜିଲ୍ଲାର ଥାନା ଅଧିକାରୀମାନେ ଥାନାକୁ ଆସୁଥିବା କେତେକ ଗ୍ରାମଂଚଳ ଜନସାଧାରଣଙ୍କୁ ସେମାନଙ୍କ ସୁବିଧା ଲାଗି ନିଜ ନମ୍ବର ଥିବା ଭିଜିଟିଂ କାର୍ଡ ପ୍ରଦାନ କରିବେ । ଏହା ଦ୍ୱାରା ସେମାନେ ବିଭିନ୍ନ ସମୟରେ ସେମାନଙ୍କ ଅସୁବିଧା ସଂପର୍କରେ ଫୋନ୍ ଦ୍ୱାରା ଜଣାଇ ପାରିବେ ବୋଲି ଆଲୋଚନା ହେଉଛି ।


