ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ତିନି ମାସର ଦରମା ଦାନ କଲେ ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ହାତ ବଢଉଛନ୍ତି ଅନେକ ଶିଳ୍ପ ସଂସ୍ଥା ତଥା ସାଂସଦମାନେ । ଏହି କ୍ରମରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ଜନ୍ମଦିନରେ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ତିନିମାସର ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ନିଜେ ଘରେ ରହି ଅନ୍ ଲାଇନ୍ ପୋର୍ଟାଲ୍ ବ୍ୟବହାର କରି ସେ ନିଜର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନିମାସର ଦରମା ଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ତାରା ପଟ୍ଟନାୟକ ୧ କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଥିବାବେଳେ ଓଏମ୍ସି ମଧ୍ୟ ୫୦୦ କୋଟି ଟଙ୍କା ଦାନ କରିଛି ।


