ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକଲକ୍ଷ ଟଙ୍କା ଦେଲେ ଛତ୍ରପୁର ବିଧାୟକ
ଛତ୍ରପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବା ପାଇଁ ସବୁ ବର୍ଗରୁ ହାତ ବଢାଇଛନ୍ତି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏକଲକ୍ଷ ଟଙ୍କା ପାଣ୍ଠିକୁ ସହାୟତ କରି ଉଦାହରଣ ସୃଷ୍ଟି କରିଛନ୍ତି । ପୂର୍ବାହ୍ନରେ ବିଧାୟକ ବେହେରା ଏନ୍ଇଏଫଟି ଜରିଆରେ ଏହି ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । କରୋନାକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଏହି ସମୟରେ ସମସ୍ତେ ସହଯୋଗର ହାତ ବଢାଇବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।


