ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗର ହାତବଢାଇଲେ ଜରିପଡା ମହିଳା ସଂଗଠନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟତର ଜରିପଡା ଗ୍ରାମର କସ୍ତୁରବା ମହିଳା ସମିତି ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସମ୍ପାଦକ ତଥା ସମାଜସେବୀ ଗୋପାଳକୃଷ୍ଣ ଜେନାଙ୍କ ସହଯୋଗ ଓ ପରାମର୍ଶ କ୍ରମେ କୋଭିଡ-୧୯କୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ହଜାର ୫ଶହ ଟଙ୍କାର ଚେକ ଜିଲ୍ଲାର ଦକ୍ଷ ଯୁବ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତରେ ପ୍ରଦାନ କରିଛନ୍ତି । ଏହାବ୍ୟତିରେକ ନିଜ ଗ୍ରାମରେ ସଫେଇ କାର୍ଯ୍ୟ ସହ କରୋନା ମୁକ୍ତ ହେବା ପାଇଁ ସାମାଜିକ ଦ୍ୱରତା ରକ୍ଷା,ଘରୁ ବାହାରିଲେ ମାସ୍କ ପିନ୍ଧିବା,ହାତକୁ ଦିନକୁ ୭/୮ ଥର ସାବୁନରେ ଧୋଇବା ପ୍ରଭୃତି ବିଷୟରେ ଗ୍ରାମର ଲୋକମାନଙ୍କୁ ବୁଝାଇବା ସହ ମାସ୍କ ବଂଟନ କରିଥିଲେ । ମହିଳା ସଂଗଠନର ମା’ଶାରଳା, ମା’ମଙ୍ଗଳା, ଓମ ଶାନ୍ତି, ଗୋପାଳଜୀଉ, ଓମ ସାଇ, ରାଧାମାଧବ, ରାଧାରାଣୀ, ଦୁର୍ଗାଶ୍ରୀ, ସାୟୀ ସମ୍ପୂର୍ଣ୍ଣା,ଅଭିନ୍ନ ସୁନ୍ଦରୀ ଓ ସାହାଡା ସୁନ୍ଦରୀ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ । ମୁଖ୍ୟ ଉପଦେଷ୍ଟା ଶ୍ରୀ ଜେନାଙ୍କ ସମେତ ଉର୍ମିଳା ମନ୍ତ୍ରୀ,ସୁଜାତା ଦାସ, ପୁଷ୍ପଲତା ଦାସ,ଭକ୍ତିଲତା ମଳିକ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ । ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ