ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଦାନ କଲେ ଗୋଲାପଡା ପଞ୍ଚାୟତବାସୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଏହି କର୍ମ ରେ ଆଜି ଗୋଲାପଡା ପଂଚାୟତ ର ଗୋଲାପଡା, ଗୋପୀନାଥପୁର,ହରିପୁର,ନୂଆ ମହୁଲିଆ, ଶ୍ରଦ୍ଧାପୂର,ସାଦରା,ଖପରା ଗ୍ରାମ ବାସୀ ମାନେ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ୬୦୨୨ଟଙ୍କା ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ମାଧ୍ୟମରେ ରେ ପ୍ରଦାନ କରିଛନ୍ତି। ଏହି ଅର୍ଥ ରାଶି ପ୍ରଦାନ ବେଳେ ରମା ରଞ୍ଜନ ମଲିକ ,ବାଳକୃଷ୍ଣ ଗୁରୁ,ଗୋବିନ୍ଦ ଚନ୍ଦ୍ର ପାଳ ଓ ବାଳକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ