ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ
କରଞ୍ଜିଆ, (ଜିତେନ୍ଦ୍ର ରାଜ): ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ରରୁଆଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଗ୍ରାମମାନଙ୍କ ରେ ନିର୍ମାଣ ହେବାକୁଥିବା 27ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ସାତଗୋଟି ରାସ୍ତା, କଲଭର୍ଟ ଓ ସ୍କୁଲ ବାଉଣ୍ଡାରୀ ଆଜି ଜଙ୍ଗଲ, ପରିବେଷ, ଜଳବାୟୁ ପରିବର୍ତ୍ତନ,ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ କରକମଳ ରେ ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟ ମହାସମାରୋହରେ ରରୁଆଁ ଗ୍ରାମର ସାପ୍ତାହିକ ହାଟ ଓ ବସଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀଙ୍କ ସମତେ ରରୁଆଁ ବ୍ଲକର ଅଧକ୍ଷ୍ୟ ଅଜିତ କୁମାର ତିରିଆ , ରରୁଆଁ ବିଡ଼ିଓ ପ୍ରେମାନନ୍ଦ ବେହେରା, ସହାୟକ ଯନ୍ତ୍ରୀ ହାମ୍ବିରାମ ହେମ୍ବ୍ରମ, ମିଶନ ଶକ୍ତିର ବି.ପି.ସି ଶାନ୍ତନୁ କୁମାର ନାୟକ ଉପସ୍ଥିତ ଥିବାବେଳେ ଘାଗରବେଡା ବିଜେପି ମଣ୍ଡଳର ସଭାପତି ଭରତ ଚନ୍ଦ୍ର ମହାନ୍ତ ,ରରୁଆଁ ମଣ୍ଡଳ ସଭାପତି ରଞ୍ଜନ କୁମାର ଦଳେଇ, ନୂଆଗାଁ ଗ୍ରାମପଂଚାୟତର ବରିଷ୍ଠ ବିଜେପି ସଂଗଠକ ଆଡ଼ଭୋକେଟ ରୋହିତ କୁମାର ବୈଦ୍ୟ, ପୂର୍ବତନ ବ୍ଲକ ସଭାପତି ରତିକାନ୍ତ ସିଂ କଟିଆର,ଅଙ୍ଗାରପଦା ଗ୍ରାମପଞ୍ଚାୟତର ବିଜେପି ସଂଗଠକ ଗୋପବନ୍ଧୁ ବେହେରା, ନାରୀନେତ୍ରୀ ଭାଗ୍ୟଲଷ୍ମୀ ପଟ୍ଟନାୟକ, ବିଭିନ୍ନ ଗ୍ରାମ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ମିଶନ ଶକ୍ତିର ପଂଚାୟତ ସଭାନେତ୍ରୀ ଓ ସଂମ୍ପାଦୀକା ,ଏମ୍ବିକେ, ସିଆରପି,ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଓ ଅନ୍ୟାନ ନେତୃମଣ୍ଡଳୀ ବହୁ ସଂଖ୍ୟାରେ ଉପସ୍ଥିତଥିଲେ | ଉକ୍ତ ଉତ୍ସଭରେ ବିଡ଼ିଓ ପ୍ରେମାନନ୍ଦ ବେହେରା ସଭାପତିତ୍ୱ କରିଥିବା ବେଳ, ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟ ଅଜିତ କୁମାର ତିରିଆ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ | ବିଡ଼ିଓ ଶ୍ରୀ ବେହେରା ଏହି ପ୍ରକଳ୍ପ ଗୁଡିକ ତିଆରି ହେଲେ ଯାତାୟାତ ଅନେକ ସୁଭିଧା ଓ ବର୍ଷା ଋତୁରେ ଜଳ ସୁଚାରୁରୂପେ ବାହାରକୁ ନିଷ୍କାସନ ହୋଇପାରିବ | ସରକାରଙ୍କର ଏପରି ପଦକ୍ଷେପକୁ ବ୍ଲକ ପ୍ରଶାସନ ତଥା ୧୨ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଙ୍କୁ ପ୍ରସଂଶା କରିଥିଲେ | ମାନ୍ୟବର ମନ୍ତ୍ରୀ ଓଡିଶା ସରକାର ତରଫରୁ 104 କୋଟି ଲୋକ ମାନଙ୍କbନିମନ୍ତେ ନିଆଯାଉଥିବା ମୌଳିକ ସୁବିଧା ଓ ଯଶିପୁର ନିର୍ବାଚନ ମଣ୍ଡଳୀ ତଥା ରରୁଆଁ ବ୍ଲକର ଲୋକମାନଙ୍କ ସୁବିଧାପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ/ପ୍ରକଳ୍ପ ସମ୍ଭଦ୍ଧରେ ଉତ୍ସବରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁମାନ୍ୟବର ମନ୍ତ୍ରୀ ଅବଗତ କରିଥିଲେ | ଶେଷରେ ଅଧକ୍ଷ୍ୟ ଶ୍ରୀ ତିରିଆ ଉତ୍ସବରେ ଉପସ୍ଥିତ ମାନ୍ୟବର ମନ୍ତ୍ରୀ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ପରେ ସଭା ସାଙ୍ଗ କରାଯାଇଥିଲା | ବ୍ଲକ ପ୍ରଶାସନ ଓ ମଣ୍ଡଳ ସଭାପତି ଙ୍କ ତରଫରୁ ଉପସ୍ଥିତ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା |