ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଛାଡ଼ିବେକି?

ହିଞ୍ଜିଳିକାଟୁ(ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ହିଞ୍ଜିଳି ଆସନ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର କେତେକ ବିଜେଡ଼ି ନେତା , ବୁଦ୍ଧିଜୀବି ଓ ଯୁବବର୍ଗ ଆଜି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କୌଣସି ବି ବିଧାନସଭା ଆସନରୁ ଲଢିବା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଏହାକୁ ଗୁରୁତର ସହ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା/ ପ୍ରକାଶ କରିବା ପରେ ରାଜ୍ୟ ରାଜନିତୀରେ ବଡ଼ ଧରଣର ପରିବର୍ତନ ସମ୍ଭାବନା ସୃଷ୍ଟି କରିଛି । ସମ୍ଭବତଃ ବଡ଼ଗଡ଼ ଜିଲ୍ଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ନବୀନ ପଟ୍ଟନାୟକ ଏନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି ।
ଗତ ୨୦୦୦ ମସିହା ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ପ୍ରତିନିଧିତ୍ୱ କରିବା ପରେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ଏକ ପ୍ରକାର ସତ୍ୱା ହରାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବେ ହିଞ୍ଜିଳି ଆସନରେ ଉଭା ହୋଇଛନ୍ତି । ୨୦୦୦ ମସିହା ସାଧାରଣ ନିର୍ବାଚନ ପରଠାରୁ ଲଗାତାର ୪ ଥର (୨୦୦୦,୨୦୦୦.୨୦୦୯,୨୦୧୪) ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନର ପ୍ରାର୍ଥୀ ହେବା ପୂର୍ବରୁ କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିଲା । ହିଞ୍ଜିଳି ବିଧାନସଭାକୁ ବୃନ୍ଦାବନ ନାୟକଙ୍କଗଡ଼ ଭାବେ ପରିଚିତ ଥିଲା । ହିଞ୍ଜିଳି ବିଧାନସଭା ଆସନରୁ ବୃନ୍ଦାବନ ନାୟକ ଲଗାତାର ୭ ଥର ବିଜୟ ଲାଭ କରିଛନ୍ତି । ୨୦୦୦ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ହିଞ୍ଜିଳି ଆସନରୁ ବିଜେଡ଼ି ଟିକଟରେ ନିର୍ବାଚିତ ହେବା ପରେ ୨୦୦୪, ୨୦୦୯, ୨୦୧୪ ମସିଆ ନିର୍ବାଚନରେ ହିଞ୍ଜିଳି ଆସନରୁ ପ୍ରତିଦ୍ୱନ୍ଦିା କରି ବିପୁଳ ଭୋଟରେ ନିର୍ବାଚିତ ହୋଇ ଆସୁଛନ୍ତି ।
ଗତ ୨୦୦୦ ଓ ୨୦୦୪ ମସହା ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସରୁ ଉଦୟନାଥ ନାୟକ ପ୍ରାର୍ଥୀ ହୋଇଥିଲେ । ଗତ ୨୦୦୯ ମସିହା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଉଦୟନାଥ ନାୟକ ବିଜୁ ଜନତା ଦଳର ଆଦର୍ଶ ଓ ନବୀଦ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୦୯ ମସିହାରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨୯୪୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗେସ ପ୍ରାର୍ଥୀ ରାଘବ ପରିଡ଼ା ୧୧୬୬୯ ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୭୩୮୯ ଭୋଟ ପାଇଥିଲେ । ୨୦୧୪ ମସିହାରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୯୨୬୭ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗେସ ପ୍ରାର୍ଥୀ ଶିବରାମ ପାତ୍ର ୧୨୬୮୧ ଓ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୧୨୨୮୩ ଭୋଟ ପାଇଥିଲେ । ଚଳିତ ୨୦୧୯ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ୫ମ ଥର ପାଇଁ ପ୍ରାର୍ଥୀ ହେଉଥିବା ନେଇ ନିଶ୍ୁିତ ହୋଇଥିବା ବେଳେ ପରବର୍ତୀ ସମୟରେ ପଶ୍ଚିମ ଓଡ଼ିଶାର ବଡ଼ଗଡ଼ ଜିଲ୍ଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପନ୍ରକାଶ ଥାଉକି, ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ମଧ୍ୟ ନିଜର ରାଜନୈତିକ ଜୀବନ ଗଂଜାମ ଜିଲ୍ଲାରୁ ଆରମ୍ଭ କରିଥିଲେ । ୧୯୫୨ ମସିହାରେ ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଓ ୧୯୫୭ ମସିହାରେ ସୋରଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ । ଶେଷ ସମୟରେ ବିଜୁ ବାବୁ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ । ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟଙ୍କ ଦେହାନ୍ତ ପରେ ତାଙ୍କରି ପୁତ୍ର ନବୀନ ପଟ୍ଟନାୟକ ଅନୁଷ୍ଠିତ ଉପ ନିର୍ବାଚନରେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ପୁର୍ନବାର ୧୯୯୮ ଓ ୧୯୯୯ ମସିହା ମଧ୍ୟବର୍ତୀକାଳୀନ ନିର୍ବାଚନରେ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ । ଗତ ୨୦୦୦ ମସିହା ନିର୍ବାଚନରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଅସନରୁ ପ୍ରାର୍ଥୀ ହେବା ସହ ବିପୁଳ ଭୋଟରେ ବିଜୟ ଲାଭ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜୁ ବାବୁଙ୍କ ଭଳି ନବୀନ ବାବୁ ମଧ୍ୟ ଗଂଜାମ ଜିଲ୍ଲାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।
୨୦୧୯ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ନହୋଇ ପଶ୍ଚିମ ଓଡ଼ିଶାର ବଡ଼ଗଡ଼ ଜିଲ୍ଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାକୁ ଗଂଜାମ ବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । ସୋମବାର ଦିନ ଆପାତତଃ ହିଞ୍ଜିଳି ବ୍ଳକର ବହୁ ତୁଙ୍ଗ ନେତା କର୍ମୀ ଭୂବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିବାକୁ ଯାଇଥିବା ଜଣାପଡ଼ିଛି । ସମ୍ବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ବଡ଼ଗଡ଼ ଜିଲ୍ଲା ବିଜେପୁର ଆସନ ସମେତ ହିଞ୍ଜିଳି ଆସନ ଭଳି ୨ ଟି ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ନହୁଅନ୍ତି ତେବେ ବିକଳ୍ପ ପ୍ରାର୍ଥୀ କିଏ ସେ, ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ଗତ କିଛି ଦିନ ତଳେ ଯୋଗ ଦେଇଥିବା ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ଦାଶଙ୍କ ପୈତୃକ ବାସଭବନ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଳକ ତର୍ହର ଗ୍ରାମ ହୋଇଥିବାରୁ ପ୍ରାର୍ଥୀ ହେବା ସମ୍ଭାବନା ନେଇ ଆଲୋଚନା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ