ମୁଖ୍ୟରାସ୍ତାପାଶ୍ୱରେ ବିପଦଜନକ ଶୁଖିଲା ଗଛକୁ କାଟିବାକୁ ଦାବି

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲl ର ନିମାପଡା -ଅସ୍ତରଙ୍ଗ ମୁଖ୍ୟରାସ୍ତା ଟିକୁ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶସ୍ତିକରଣ ଓ ନବୀକରଣ କାର୍ଯ୍ୟ ଚାଲିଛି l ଏଥିପାଇଁ ରାସ୍ତାପାଶ୍ୱ ରେ ଥିବା ମୂଲ୍ୟବାନ ଜୀବନ୍ତ ଗଛ ସବୁକୁ କାଟି ସଫା କରିଦିଆଯାଉଛି l କିନ୍ତୁ ଏହି ରାସ୍ତା ର ଚାରିଛକ ବଜ଼ାର ଠାରେ ରାସ୍ତାପାଶ୍ୱ ରେ ଥିବା ଏକ କୃଷ୍ଣଚୁଡା ଗଛ ମରିଯାଇ ଶୁଖିଲା ଭାବେ ବିପଦ ଜନଙ୍କ ଅବସ୍ଥାରେ ଠିଆହୋଇ ରହିଥିଲେମଧ୍ୟ ଏହାକୁ ବିଭାଗୀୟ ଅଧିକାରୀ ଅଥବା ଠିକାଦାର କାଟୁ ନାହାନ୍ତି l ଫଳରେ ଭୟଭୀତଅବସ୍ଥା ରେ ଏହିରାସ୍ତା ଦେଇ ଜନସାଧାରଣ ଓ ମହିଳାକଲେଜ ର ଶହଶହ ଛାତ୍ରୀ ଯାତାୟାତ କରୁଛନ୍ତି l ତୁରନ୍ତ ଏହି ମୃତ ଶୁଖିଲାଗଛ ଟିକୁ ରାସ୍ତାପାଶ୍ୱ ରୁ କାଟିଦେବାକୁ ସାଧାରଣ ରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ