ମୁଖ୍ୟରାସ୍ତାରେ କଲଭର୍ଟ ନିର୍ମାଣ ନାମରେ ରାସ୍ତା ଅବରୋଧ,ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ ଓ ମୁଖ୍ୟ ଅଞ୍ଚଳ ଥିବା ରାଜଦାଣ୍ଡର ୪ଛକ ଠାରେ ମୁଖ୍ୟ ବଜାରକୁ ଯିବା ରାସ୍ତାରେ ପୌରପାଳିକା ତରଫରୁ ନୁତନ କଲଭର୍ଟ ନିର୍ମାଣ ପାଇଁ ପୁରାତନ କଲଭର୍ଟକୁ ଭଙ୍ଗା ଯାଇଛି । ଏଠାରେ ଏକ ବିରାଟ ଗର୍ତ କରାଯାଇ ଦୁଇ ପଟର ରାସ୍ତାକୁ ଅବରୋଧ କରାଯାଇଛି । ଗତ ୪ତାରିଖ ଠାରୁ ଏହି ଅବରୋଧ ଜାରି ରହିଛି । ଗତ ୧୩ ଦିନ ଧରି ମୁଖ୍ୟ ରାସ୍ତାରେ ଏଭଳି କଲଭର୍ଟ ନିର୍ମାଣ ନାମରେ ର।।ସ୍ତା ଅବରୋଧ କରିବା ଯୋଗୁଁ ସହରର ଜନସାଧାରଣଙ୍କ ମୁଖ୍ୟ ବଜାର ଔଷଧ ଦୋକାନ ଆଦି ବିଭିନ୍ନ ମୁଖ୍ୟ କାର୍ଯ୍ୟ ସମାପନରେ ବହୁ ସମସ୍ୟା ସୃଷ୍ଟି ହେଉଛି । ମୁଖ୍ୟ ଓ ଗୁରୁତ୍ୱପୁର୍ଣ୍ଣ ରାସ୍ତାରେ ଏଭଳି ନିର୍ମାଣ କାର୍ଯ୍ୟ ହେଲେ ସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିବା ରାତ୍ର ଲଗାତର ନିର୍ମାଣ କାର୍ଯ୍ୟ କରି ରାସ୍ତା ଅବରୋଧ ହଟାଇବା କଥା । ହେଲେ ଗତ ଦୀର୍ଘ ଦିନ ଧରି ଏଭଳି ରାସ୍ତା ଅବରୋଧ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଏକ ଭାଗ ସୁଦ୍ଧା ଆରମ୍ଭ କରାଯାଇ ନାହିଁ । ପୌରପାଳିକାର ଏଭଳି ଦାୟୀତ୍ୱହୀନତା ଓ ଅହେତୁକ ରାସ୍ତା ଅବରୋଧ ନେଇ ସହରବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ପାରଳା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସହ ଯୋଗାଯୋଗ ସତ୍ୱେ ସେ ଜିଲ୍ଲାପାଳଙ୍କ ଏକ ଗୁରୁତ୍ୱପୁର୍ଣ୍ଣ ସଭରେ ଯୋଗ ଦେଇଛି ବୋଲି ମୋବାଇଲ କାଟିଦେବା ଯୋଗୁଁ ତାଙ୍କରି ମତାମତ ମିଳିପାରିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ