ମୁଖ୍ୟରାସ୍ତା କଡରେ କୁଢ କୁଢ ଅବର୍ଜନା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକାରୀ ହେଉଛି ।ଏଥିପାଇଁ ପଞ୍ଚାୟତ ତରଫରୁ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ସ୍ବେଚ୍ଛାସେବୀ ମାନେ ମଧ୍ଯ ଅଂଶଗ୍ରହଣ କରି ସ୍ବଚ୍ଛ ପରିବେଶ ସୃଷ୍ଟି ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ହେଲେ କେଉଁ ପୁରପଲ୍ଲୀ ବ୍ଲକ ସଦର ମହକୁମା ଶେରଗଡ ଚାରିଛକ ଠାରୁ ଥାନା ପର୍ଯ୍ୟନ୍ତ ଯିବା ରାସ୍ତା ନିକଟରେ କୁଢକୁଢ ଅଳିଆ ଆବର୍ଜନା ଜମାହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି।ଯେଉଁଠି ଆବର୍ଜନା ପକାଯାଉଛି ସେହି ଜାଗାଟି ତହସିଲ ପକ୍ଷରୁ ସବରେଜିଷ୍ଟର କାର୍ଯ୍ୟାଳୟ ନିର୍ମାଣ ପାଇଁ ଚିହ୍ନଟ ହୋଇଅଛି। ଏହି ରାସ୍ତାଟି ଶେରଗଡ-ବଡଗଡ କୁ ଯୋଗାଯୋଗ ହୋଇଥିବାରୁ ଓ କଲେଜ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଯାତ୍ରୀ ଓ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀ ଯାତାୟତ କରିଥାନ୍ତି। ଏପରିକି ଶେରଗଡ ଥାନା ଓ ମେଡିକାଲ ଯିବାପାଇଁ ଏହା ମୁଖ୍ୟରାସ୍ତା ହେଲେ ଏହାକୁ ଗୁରୁତ୍ବ ନଦେଇ ଏହି ରାସ୍ତା କଡରେ ହିଁ ମଇଳା ପକାଯାଉଛି।ଫଳରେ ସଂକ୍ରାମକ ରୋଗ ବ୍ଯାପିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ପଞ୍ଚାୟତ ତରଫରୁ ମଧ୍ଯ ବର୍ଜ୍ୟବସ୍ତୁ ପକାଇବା ପାଇଁ ସ୍ଥାନ ନିରୁପଣ କରାନଯାଇ ସେହିଠାରେ ହିଁ ବର୍ଜ୍ୟବସ୍ତୁ ପକାଯାଉଅଛି। ଦେଖିବାକୁ ବାକି ରହିଲା କାଲି ଅକ୍ଟୋବର ଦୁଇ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଗାନ୍ଧିଜୀଙ୍କ ସ୍ବଚ୍ଛ ଭାରତ ର ନାରାକୁ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ଧଜିଆ ଉଡାଉଛନ୍ତି ନା ସ୍ବଚ୍ଛ ଭାରତ ମିଶନ କାର୍ଯକାରୀ ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ