ମୁଖ୍ୟରାସ୍ତା ବେଆଇନ ନବୀକରଣ କାର୍ଯ୍ୟ ଯୋଗୁଁ ଦୁର୍ଘଟଣା ବୃଦ୍ଧି ଓ ଟ୍ରାଫିକ ସମସ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ରହିଥିବା ଯୋଗୁଁ ଦିନବେଳା ପରିବର୍ତ୍ତେ ରାତ୍ରବେଳା ରାସ୍ତା ନିର୍ମାଣ କାର୍ଯ୍ୟ କରିବା ନିୟମ ରହିଛି । ହେଲେ ବେଆଇନ ଭାବେ ଦିନବେଳା ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । ତେଣୁ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ବେଳେ ପ୍ରତ୍ୟେହ ଛୋଟବଡ ଦୁର୍ଘଟଣା ଘଟୁଛି । ଘଟଣାରୁ ପ୍ରକାଶ ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ମେଡିକାଲ ଛକ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ନବୀକରଣ କାର୍ଯ୍ୟ ପୌରପରିଷଦ ତରଫରୁ ଚାଲିଛି । ଏହି ରାସ୍ତାର ମହିଳା ମହାବିଦ୍ୟାଳୟ ଛକ ନିକଟରେ ଗତକାଲି ମଧ୍ୟାହ୍ନରେ ଏକ ଗାଇକୁ ରାସ୍ତା ନିର୍ମାଣକାରୀ ସଂସ୍ଥାର ଏକ ଟ୍ରକ ଦୁର୍ଘଟଣା ଘଟାଇ ସେହି ଅଞ୍ଚଳରୁ ଉଭାନ ହୋଇ ଯାଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଏହି ରାସ୍ତାରେ ଦୀର୍ଘ ଦୁଇଘଣ୍ଟା ଧରି ଟ୍ରାଫିକ ଜାମ୍ ହୋଇଥିଲା । ଏହି ରାସ୍ତା କାମ ସହରର ଏକ ମୁଖ୍ୟ ଅଞ୍ଚଳରେ ହେଉଥିବା ବେଲେ ଏହି ରାସ୍ତା କାମ ଦିନ ଦ୍ୱିପହରରେ ନହୋଇ ବିଳମ୍ବିତ ରାତିରେ ହେବାର ନିୟମ ରହିଥିବାବେଳେ ଏହା ଦିନରେ କେଉଁଭଳି ପରିସ୍ଥିତିରେ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଜିଲା ଡାକ୍ତରଖାନେକୁ ସଂଯୋଗ କରରୁଥିବା ମୁଖ୍ୟ ରାସ୍ତାରେ ଏଭଳି ଅବ୍ୟବସ୍ଥା ଓ ଟ୍ରାଫିକ ଜାମ୍ ଯୋଗୁଁ ଜରୁରୀ ଚିକିତ୍ସା ଓ ପ୍ରସବ ବେଦନାରେ ଯାଉଥିବା ରୋଗୀ ଅଟକି ରହି ବିଭିନ୍ନ ଭାବେ ଦଃୁଖ କଷ୍ଟ ଭୋଗୁଛନ୍ତି । ଗଜପତି ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।