ମୁଖ୍ୟ ଶାସନ ସଚିବଙ୍କ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମୁଖ୍ୟ ଶାସନସଚିବ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର “ଉତ୍କର୍ଷକେନ୍ଦ୍ର” (ସେଣ୍ଟରଅଫଏକ୍ସେଲେନ୍ସ) ପରିଦର୍ଶ ନକରିଥିଲେ। ତାଙ୍କ ସହିତ ଉଚ୍ଚଶିକ୍ଷାବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶାକ୍ୟାଡର)ର ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ ।ମୁଖ୍ୟ ଶାସନ ସଚିବ ଜେନା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବାପରେ ବିଶ୍ୱବିଦ୍ୟାଳୟ କୁଳ ପତିପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରର, ସେଣ୍ଟର ଅଫ ଏକ୍ସେଲେନ୍ସର ସଂଯୋଜକ ଓ ଅନ୍ ୟପ୍ରାଧ୍ୟାପକ ମାନେ ସ୍ୱାଗତ କରିଥିଲେ। ଆଇଏଏସ୍ଶି କ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର “ଉତ୍କର୍ଷକେନ୍ଦ୍ର” (ସେଣ୍ଟରଅଫଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ । ମୁଖ୍ୟ ଶାସନ ସଚିବ ଜେନା “ସେଣ୍ଟର ଅଫ ଏକ୍ସେଲେନ୍ସ ”ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ବିଷୟରେ ଗବେଷଣା ସଂପର୍କରେ ଉପସ୍ଥାପନ କରାଯାଇଥିଲା ।ବିଶ୍ୱବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ଗବେଷଣା କାର୍ଯ୍ୟ ଓ ଗବେଷଣା ପ୍ରକାଶନକୁ ମୁଖ୍ୟ ଶାସନ ସଚିବ ଉତ୍ସାହିତ କରିଥିଲେ।ଆଗାମୀ ଦିନରେ ସେଣ୍ଟର ଅଫ ଏକ୍ସେଲେନ୍ ସଗବେଷଣା କ୍ଷେତ୍ରରେ କିପିରି ଉତ୍କର୍ଷତା ପ୍ରତିପାଦନ କରିବ, ସେଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକମାନେ ଗୁରୁତ୍ୱଦେବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ, ସେଦିଗରେ ସେ ବିଭିନ୍ ଗଠନମୂଳକ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ