ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି ବୋଲି ରବିବାର ସୂତ୍ରରୁ ପ୍ରକାଶ। ଏ ନେଇ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ତେବେ ଆଗକୁ ସୁଶୀଲଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ସୂଚନା ମିଳିଛି। ସୁନୀଲ ଆରୋରା ଏପ୍ରିଲ୍‌ ୧୨ରେ ପଦରୁ ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ସୁଶୀଲ ଚନ୍ଦ୍ରା ଏପ୍ରିଲ ୧୩ରେ ଦାୟିତ୍ବ ଗ୍ରହଣ କରିବେ।ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ