ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ ଦ୍ୱାରା ମରଣାନ୍ତଙ୍କ ଆକ୍ରମଣ ମାମଲାରେ ୭ଜଣଙ୍କୁ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ମରଣାନ୍ତଙ୍କ ଆକ୍ରମଣ ମାମଲାରେ କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ ୭ଜଣ ଅଭିଯୁକ୍ତଙ୍କୁ ଏକଭର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କୁଶୁନପୁର ଗ୍ରାମର ସଚିତାନନ୍ଦ ନାୟକଙ୍କ ପତ୍ନୀ ସୁଷମା ନାୟକ ଗତ ୨୦୦୯ମସିହା ଅଗଷ୍ଟମାସ ୨୪ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ବାଡିରେ ନଡାକୁଟା ଗଦା କରୁଥିବା ବେଳେ ଅଭିଯୁକ୍ତ ଚିତ୍ତରଞ୍ଜନ ନାୟକ, ପ୍ରିୟରଞ୍ଜନ ନାୟକ, ନିରଞ୍ଜନ ନାୟକ, ରଜନୀ ନାୟକ, ପ୍ରଭାତ କୁମାର ନାୟକ, କଲ୍ୟାଣୀ ନାୟକ ଓ ବିଜ୍ଞାନ ନାୟକ ପ୍ରମୁଖ ହଠାତ ସେଠାରେ ପହଁଚି ସୁଷମାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ସୁଷମାଙ୍କ ଛୋଟ ଝିଅଟି ମା’ଙ୍କୁ ରକ୍ଷା କରିବାକୁ ଯାଇଥିବା ବେଳେ ସେ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲା । ଏସମ୍ପର୍କରେ ସୁଷମାଙ୍କ ସ୍ୱାମୀ ସଚିତାନନ୍ଦ ମାର୍ସାଘାଇ ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର ୧/୨୦୦୯ରେ ଆଇପିସିର ଧାରା ୨୯୪, ୩୫୪, ୫୦୬, ୩୦୭, ୩୨୪ ଓ ୩୪ଦଫାରେ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଚଳାଇଥିଲା । ସେହି ମାମଲାରେ ପୋଲିସର ଚାର୍ଜସିଟ ଦାଖଲ ପରେ ଏସଟି କେଶ ନମ୍ବର – ୬୩/୧୧୫/୨୦୧୩ରେ କେନ୍ଦ୍ରାପଡାର ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ମାମଲାର ବିଚାର କରି ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଇପିସିର ୩୨୪ଦଫାରେ ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମାକାନ୍ତ ସ୍ୱାଇଁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ