ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁଇ ଦଫା ଦାବି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଆନ୍ଦୋଳନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ôଚଥିଲା । ଦ୍ୱିତୀୟ ଦିନର ଅପରାହ୍ଣରେ କନିଷ୍ଠ ଶିକ୍ଷକ ସଂଘର ଏକ ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କ ସହ କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭତ୍ତିକ ପ୍ରଥା ଉଚ୍ଛେଦ ଓ ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ଦାବିକୁ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ମିନିଷ୍ଟରିଆଲ କମିଟି ବସାଇ କନିଷ୍ଠ ଶିକ୍ଷକ ସଂଘର ଦୁଇଦଫା ଦାବି ଯୁକ୍ତିଯୁକ୍ତ ଏବଂ ଖୁବ୍ ଶୀଘ୍ର ପ୍ରାଥମିକତା ଭିତ୍ତିରେ ଦୁଇଟି ଦାବି ପୂରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ ରଖିଲା ବୋଲି ସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ପାଢୀ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ମହାସଚିିବ ଆଦିତ୍ୟ ନାରାୟଣ ସ୍ୱାଇଁ, ଗୀତାଞ୍ଜଳି ଗୁଇଁ ଏବଂ ରଘୁନାଥ ଘିବାଲା ସାମିଲ ହୋଇଥିଲେ । ଯଦି ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକ ସଂଘର ଦୁଇଦଫା ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଶ୍ରୀ ଶ୍ରୀକାନ୍ତ ବାରିକ ସୂଚନା ଦେଇଛନ୍ତି ।


