ମୁଖ୍ୟ ଶାସନ ସଚିବଙ୍କ ଯୋଡାଗସ୍ତ
ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀ ଗୁରୁବାର ପୂର୍ବାହ୍ନରେ ଯୋଡା ସହର ଗସ୍ତ କରି ଯୋଡା ପୌରପାଳିକାର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟୀ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁବାର ପୂର୍ବାହ୍ନ ପ୍ରାୟ ୯.୩୦ ମିନିଟ୍ ସମୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀ ପ୍ରଥମେ ଯୋଡା ପୌରପାଳିକା ପକ୍ଷରୁ ବନେଇକଳାଠାରେ ସ୍ଥାପନ କରାଯାଇଥିବା ଲାଇବ୍ରେରୀ ଗୃହ ଠାରେ ପହନଚି ଗୃହ ପରିଦର୍ଶନ କରିଥିଲେ । ସେଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଲାଇବ୍ରେରୀ ରେ ରଖାଯାଇଥିବା ବିଭିନ୍ନ ପୁସ୍ତିକା ଏବଂ ଜନସାଧାରଣଙ୍କ ପାଇଁ ଏହି ଲାଇବ୍ରେରୀଠାରେ କି ପ୍ରକାର ସୁବିଧା ରହିଛି ସେନେଇ ମୁଖ୍ୟ ଶାସନ ସଚିବଙ୍କୁ ବୁଝାଇ କହିଥିଲେ । ଏହା ପରେ ମୁଖ୍ୟ ଶାସନ ସଚିବ ପୌରପାଳିକା ପକ୍ଷରୁ ବାଚୁ ହାଟିଂଠାରେ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ନିର୍ମାଣ ହୋଇଥିବା ସଲିଡ େଓଷ୍ଟ ମ୍ୟାନେଜମେନ୍ଟ ପ୍ଲାନ୍ଟ ଓ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାନ୍ଟ ପରିଦର୍ଶନରେ ଯାଇ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ପ୍ରକ୍ରିୟାକରଣର ପ୍ରୟାଗୋତ୍ମକ ଶୈଳୀ ଦେଖିଥିଲେ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀ ପୌରପାଳିକାର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ପରେ ସେ ବଡବିଲ ଅଭିମୁଖେ ଗସ୍ତ କରିଥିଲେ ।


