ମୁଖ୍ୟ ସଡକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଏନଏସି ର ମୁଖ୍ୟ ସଡକ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୨୮ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏବିଇଓ ଅମିତା ମିଶ୍ର ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦଳାଇ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି କିରଣବାଳା ତ୍ରିପାଠୀ, ଏସଏମସି ସଭାପତି ସନ୍ତୋଷ କୁମାର ମହାରଣା, ଉପସଭାନେତ୍ରୀ ଇ.ଗୌରୀ ଦୋରା, କମିଟି ସଦସ୍ୟ ରାମଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଗୌଡ଼, ରିତାଞ୍ଜଳି ଭୋଳ, ମମତା ପୋଲାଇ, ରଞ୍ଜିତା ସାହୁ, ଝୁନୁ ପୋଲାଇ ଓ ଅଙ୍ଗନୱାଡି କର୍ମୀ ସଂଯୁକ୍ତା ମିଶ୍ର ଯୋଗଦେଇଥିଲେ।ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ