ମୁଗୁପୁର ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ହାଟଡ଼ିହି,(ଯୁଗାଦ୍ଦ):ମୁଗୁପୁର ହାଇସ୍କୁଲରେ ହାଟଡିହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନ ଉତ୍ସବରେ ହାଟଡିହି ବ୍ଲକର ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନମେଳାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୁକୁଳରାଣୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ବିନୋଦ କୁମାର ରାଉତ, ସୁରେଶ କୁମାର ଜେନା, ସରପଂଚଞ୍ଚ ଜାନକୀ ଓଝା, ସମିତିସଭ୍ୟା ବିଜୟଲକ୍ଷ୍ମୀ ସାହୁ, ଏସ.ଏମ.ସି. ସଭାପତି ଅଜୟ କୁମାର ସାହୁ, ଶିକ୍ଷାବିତ ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ବିଜ୍ଞାନମେଳାରେ ଜୁନିୟର ବିଭାଗରେ୬୨ଟି ବିଦ୍ୟାଳୟର ୬୨ଟି ପ୍ରକଳ୍ପ ଓ ସିନିୟର ବିଭାଗରେ ୩୯ଟି ହାଇସ୍କୁଲର ୫୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଛାତ୍ରଛାତ୍ରୀମାନେ ପୋଷଣୀୟ କୃଷି ପଦ୍ଧତି, ସ୍ୱାସ୍ଥ୍ୟ ଏବଂ ପରିସ୍କାର ପରିଛନ୍ନତା, ଶିଳ୍ପ ବିକାଶ, ସମ୍ବଳ ପରିଚାଳନା, ପରିବହନ, ଯୋଗାଯୋଗ ର ଭବିଷ୍ୟତ, ଗାଣିତିକ ନମୁନା ଓ ଶୈକ୍ଷିକ କ୍ରୀଡା ଆଦି ବିଷୟରେ ପ୍ରକଳ୍ପମାନ ଆଣିଥିଲେ । ବିଚାରକ ଭାବେ ଶାଳବଣୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋପୀନାଥ ଦାଶ, ଦେଓଗାଁ ହାଇସ୍କୁଲର ଶତୃଘ୍ନ ସାହୁ, ଦେଓଗାଁ ଗାର୍ଲସ ହାଇସ୍କୁଲର ଜୟକୃଷ୍ଣ ମିଶ୍ର, ତରିମୁଳ ହାଇସ୍କୁଲର ବିଦ୍ୟାଧର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରକଳ୍ପ ଗୁଡିକୁ ଚୟନ କରିଥିଲେ । ସିନିୟର ବିଭାଗରେ ମୁଗୁପୁର ହାଇସ୍କୁଲର ଅତିଶ କୁମାର ସାହୁଙ୍କ ଅତ୍ୟାଧୁନିକ କୃଷି ପ୍ରଣାଳୀ ପ୍ରକଳ୍ପ ମନୋନୀତ ହୋଇଥିବାବେଳେ , ଓରାଳି ଜିସି ଗାର୍ଲସ ହାଇସ୍କୁଲର ସଶ୍ମିତା ନାୟକ, ବାଲିବରେଇ ହାଇସ୍କୁଲର ଜୟବୀର ସୁତାର, ସୁବର୍ଣ୍ଣେସ୍ୱର ହାଇସ୍କୁଲ ସୁଲଣର ସ୍ୱସ୍ତିକ ମଲ୍ଲିକ, ମୁଗୁପୁର ହାଇସ୍କୁଲର ରାଜେଶ କୁମାର ସାହୁସମର୍ପିତା ଶୁଭଦର୍ଶନୀ ମହାରଣା ପ୍ରମୁଖଙ୍କ ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବାବେଳେ ଜୁନିିୟର ବିଭାଗରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପାସନା ସୁନ୍ଦରରାୟ, ସୋସୋ ଗାର୍ଲସ ହାଇସ୍କୁଲର ଶୁଭଶ୍ରୀ ପ୍ରଧାନ, ପଢ଼ିଆରିପଲ୍ଲୀ ୟୁପି ସ୍କୁଲର ନିଲେଶ କୁମାର ବେହେରା, ଶାସଙ୍ଗ ବାଇଧର ସରକାରୀ ୟୁପି ସ୍କୁଲର ଚିତ୍ରେଶ୍ୱରୀ ବେହେରାଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ ହୋଇଥିଲା । ବିଇଓ କ୍ଷୀରୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ, ଏବିଇଓ ସୁରେଶ କୁମାର ଜେନା, ପୁର୍ବତନ ସରପଂଚଞ୍ଚ ରାମଚନ୍ଦ୍ର ସତପଥି, ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ନବଘନ ନାୟକ, ବିଜୟ କୁମାର ସେଣ୍ଢ,ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଅନିରୁଦ୍ଧ ସେଠୀ, ସୁଧାଶୁଂ ବିଶ୍ୱାଳ, ଆନନ୍ଦ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ଜେନା, ସିଆରସିସି ରାମଚନ୍ଦ୍ର ସାହୁ, ପ୍ରଫୁଲ ସାହୁ, ପ୍ରଭାକର ବେହେରା, ଅକ୍ଷୟ କୁମାର ଖଟୁଆ, ବିଷ୍ଣୁ ପ୍ରସାଦ ସାହୁ, ଶ୍ରୀକାନ୍ତ ସେଠୀ, ପ୍ରଦିପ କୁମାର ଦେହୁରୀ, ମଙ୍ଗଳ ହାଁସଦା, ବସନ୍ତ କୁମାର ନାଇକ, ଜତିନ୍ଦ୍ର କୁମାର ମଲ୍ଲିକ, ଶିକ୍ଷକ ବିଭୂଷ୍ମୀତା ମିଶ୍ର, ଶଶିରେଖା ଦାଶ, ପରିକ୍ଷିତ ସେଠୀ, କେଶବ ଚନ୍ଦ୍ର ପଣ୍ଡା, ପ୍ରଫୁଲ କୁମାର ସାହୁ, ରଜନୀ ବାରିକ, ପଦ୍ମାବତୀ ଜେନା, ସୁରନ୍ଦ୍ର କୁମାର ବେହେରା, ଶିବସୁନ୍ଦର ସାହୁ, ସରୋଜ କୁମାର ନାୟକ, ବିଶ୍ୱନାଥ ନାୟକ, ବେଣୁଧର ନାୟକ, ପ୍ରୀୟଦର୍ଶନୀ ସାହୁ, ଅଭିମନ୍ୟୁ ବେହେରା ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ