ମୁଗ ଚାଷ ପରିଦର୍ଶନ କଲେ ଜିଲାପାଳ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବଗଦା କାଶିପୁର ଗ୍ରାମରେ ୬୦ ହେକ୍ଟର ଜମିରେ ମୁଗ ଚାଷ ବୁଲି ଦେଖିଛନ୍ତି । ଜିଲାପାଳଙ୍କ ପରିଦର୍ଶନ ବେଳେ ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ସି.ଡି.ଏ.ଓ ପୂର୍ଣ୍ଣ ଚନ୍ଦ୍ର ସାହୁ, ଏ.ଡି.ଏ ଶ୍ରୀଧର ଦାସ, ବି.ଏ.ଓ ଅନିରୁଦ୍ଧ ବେହେରା, ଏ.ଏ.ଓ ତୁଷାରକାନ୍ତ ପତି, ବି.ଟି.ଏମ୍. ବିଶ୍ୱଜିତ୍ ବେହେରା, ଭି.ଏ.ଡବ୍ଲ୍ୟୁ ତପନ କୁମାର ସେଠୀ, ଭୀମସେନ ସାମଲ, ଏ.ଟି.ଏମ ମଦନ ମୋହନ ରାଉତ, ହଟିକଲଚର ଅଫିସର ପ୍ରଭାତ ବିଶ୍ୱାଳଙ୍କ ସମେତ ଏଗ୍ରିକଲଚର, ଓ.ଏଲ.ଏମ୍ ଓ ଏଲ.ଆଇ.ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି କିଛି ଜାଗାରେ ସାଲୋ କ୍ଲଷ୍ଟର କାର୍ଯ୍ୟକାରୀ ହୋଇପାରୁନଥିବାରୁ ଚାଷୀମାନେ ଅନେକ କ୍ଷତି ସହୁଥିବା କହିଥିଲେ । ତାହାକୁ କିପରି ଶିଘ୍ର କାର୍ଯ୍ୟକାରୀ କରାଯାଇ ପାରିବ ସେନେଇ ଜିଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଏଥିସହିତ ସତ୍ୟରଞ୍ଜନ ନାୟକ, ଅଲେଖ ଚନ୍ଦ୍ର ନାୟକ, ଗୟାଧର ଜେନା, ରବିନାରାୟଣ ନାୟକ, ନୃସିଂହ ନାୟକ, ଶଙ୍କର୍ଷଣ ନାୟକ, ଦୈତାରୀ ନାୟକ, ଅଶୋକ ନାୟକ, ଦିଗମ୍ବର ଜେନା, ନାରାୟଣ ଜେନା, ନଟବର ଜେନା, ଦାମୋଦର ଜେନା, ଅଶୋକ ନାୟକ, ଆନନ୍ଦ ନାୟକ, ପ୍ରଦୀପ ଜେନା, ଭାସ୍କର ଜେନାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିିତ ଥିଲେ । ପରେ ଜିଲାପାଳ ଛୟାଳସିଂସ୍ଥିତ ଶୀତଳଭଣ୍ଡାର ପରିଦର୍ଶନ କରିବା ସହିତ ଶେଉଳଗଢିଆର ଫାର୍ମ ପରିଦର୍ଶନ କରିଥିବା ଜଣାଯାଇଛି ।