ମୁଗ ଚାଷ ପ୍ରଦର୍ଶନର କ୍ଷେତ୍ର ଦିବସ

ନାଉଗାଁ: ଜଗତସିଂହପୁରସ୍ଥିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜାତୀୟ ଖାଦ୍ୟ ନିରାପତା ମିଶନ ଅନ୍ତର୍ଗତ ମୁଗ ଚାଷ ପ୍ରଦର୍ଶନ ୨୦୧୮-୧୯ର କ୍ଷେତ୍ର ଦିବସ ବେଣାପଡାରେ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କ ତତ୍ୱାବଧାନରେ ଏହି କ୍ଷେତ୍ର ଦିବସ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଅଲଣା ସମିତି ସଭ୍ୟ ମନ୍ମଥ ଓଝା ପ୍ରମୂଖ ଯୋଗ ଦେଇ ମୁଗ ଚାଷକୁ କେଉଁ ଭଳି ଭାବରେ ଚାଷ କରାଗଲେ କମ ଖର୍ଚ୍ଚରେ ଅଧିକ ଅମଳ କରାଯାଇ ପାରିବ ଓ ଏକର ପିଛା କେତେ ପରିମାଣର କିଟନାଶକ ଔଷଧ ପ୍ରୟୋଗ କରାଯିବ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ୫୦ଜଣ ଚାଷୀ ସାମିଲ ହୋଇଥିଲେ । ଏହି ଶିବରକୁ ଗଜରାଜପୁରର ସହ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ ଓ ଗ୍ରାମ୍ୟ କୃଷି କର୍ମଚାରୀ ଅରୁଣ କୁମାର ଓଝା ପରିଚାଳନା କରିଥିବା ବେଳେ କୃଷକ ସାଥୀ ବବିତା ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ