ମୁଜାଗଡ ଠାରେ କଲରା ପତାରିଆ ବାଘର ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ ମୁଜଗଡ ଠାରେ ଗତ ବିଳମ୍ବିତ ରାତ୍ରରେ ଗୋଟିଏ କଲରା ପତାରିଆ ବାଘର ମୃତ୍ୟୁ ହୋଇଛି।ମୁଜଗଡ ଫୁଲବାଣୀ ମୁଖ୍ୟ ରାସ୍ତାରେ କୌଣସି ଏକ ଭାରି ଜାନର ଧକାରେ ବାଘ ଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଗତ ରାତ୍ରରେ ଘଟିଥିବା ଏହି ଦୁର୍ଘଟଣା କୁ ଜଣେ ପୋଲିସ କର୍ମଚାରୀ ବାଘଟିକୁ ପାଣି ଦେବା ସହ ବନ ବିଭାଗକୁ ଖବର ଦେଇ ଥିଲେ ଓ ବନ ବିଭାଗ ବାଘର ଚକିତ୍ସ। କରିବା ସମୟରେ ବାଘର ମୃତ୍ୟୁ ହୋଇଥିଲା। ବାଘ ଟିର ବୟସ 4 ରୁ 5 ବର୍ଷ ଏବଂ ଭଞ୍ଜନଗର ବନଖଣ୍ଡ ଅଞ୍ଚଳରେ ଏମିତି ବାଘର ଦୃଶ୍ୟମାନ ହୋଇ ନଥିଲା ବେଳେ ବାଘ ଟି କନ୍ଧମାଳ ଅଂଚଳରୁ ଆସିଥିବା ଅନୁମାନ କରାଯାଉଛି।ଭଞ୍ଜନଗର ଉତ୍ତର ଘୁମୁସର ବନ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।ଭଞ୍ଜନଗର ବନଖଣ୍ଡ ଅଂଚଳରେ ବାରମ୍ବାର ହାତୀ ,ହରିଣ,ବାଘର ମୃତ୍ୟୁ ଘଟିବା ଚିନ୍ତାର ବିଷୟ ହୋଇ ପଡିଛି ଏପରି ସ୍ଥଳେ ଜନ ସାଧାରଣ ଙ୍କ ପ୍ରଶ୍ନ ଯେ କେବେ ଓ କେମିତି ଏ ବନ୍ୟ ପ୍ରାଣୀ ମାନେ ସୁରକ୍ଷା ପାଇବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ