ମୁଡ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୋକେସନାଲ ଛାତ୍ରୀ ମୈତ୍ରୀ ରାଉତ ୫୪୧ନମ୍ବର ରଖି ରାଜ୍ୟ ଟପ୍ପର ହୋଇଥିବାରୁ ବିନା ସରକାରୀ ଅନୁଦାନରେ କାର୍ଯ୍ୟ କରି ଆସୁଥିବା ମୁଡ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସୋମବାର ସନ୍ଧ୍ୟାରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ମିଶନ ଫର ଅପଲିଫମେଂଟ ଫର ଡାଉନ ଟ୍ରଡନ(ମୁଡ)ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ,ସମ୍ପାଦକ କୁଳମଣୀ ଗୋଛାୟତ,ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦାଶ,ସମାଜସେବୀ କାର୍ତ୍ତିକ ଚରଣ ନାୟକ,ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ବଳ,ସରକାରୀ ଓକିଲ ନିରଞ୍ଜନ ବଳ ଓ ମାନସ କୁମାର ସାହୁ ପ୍ରମୁଖ ମିଳିତ ଭାବରେ ରାଜ୍ୟ ଟପ୍ପର ମୈତ୍ରୀ ରାଉତଙ୍କୁ ଉତ୍ତରୀୟ,ମାନପତ୍ର,ପୁଷ୍ପଗୁଛ ଓ ଓଡିଆ ଅଭୀଧାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ଟପ୍ପର କୁମାରୀ ରାଉତ ପ୍ରାଥମିକ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିନା ଟିଉସନରେ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନକରି ଯେପରି ରାଜ୍ୟ ଟପ୍ପର ହୋଇପାରିଲେ ତାହା ସମସ୍ତ ଗରୀବ ମେଧାବୀ ପିଲାମାନଙ୍କ ପାଇଁ ଏକ ଶ୍ରେଷ୍ଠ ନିଦର୍ଶନ । ସେ ଲାଭଦାୟକ ସେବାରେ ମନୋନିବେଶ ନକରି ଜଣେ ଶିକ୍ଷୟତ୍ରୀ ହେବା ପାଇଁ ଜୀବନର ଲକ୍ଷ ରଖିଥିବାର ପ୍ରକାଶ କରିଥିଲେ । ସେ ତାଙ୍କର ସମସ୍ତ ଶ୍ରେୟ ପିତା ରବିନ୍ଦ୍ର ରାଉତ,ମାତା ଭାଗ୍ୟବତୀ ରାଉତ ଓ ତାଙ୍କର ସମସ୍ତ ଶିକ୍ଷକ.ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି ।


