ମୁଣ୍ଡକାଠି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ହାଟଡ଼ିହି:ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ମୁଣ୍ଡକାଠି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦେବକୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋସୋ ସିଆରସିସି ରବିନ୍ଦ୍ର କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କର, ସମ୍ମାନୀତ ଅତିଥି ଭାବେ ଆମ୍ବନାଳିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରୋତ୍ତମ ସେଠୀ, ଜିଆରଏସ ପ୍ରଫୁଲ କୁମାର ମାଝୀ ପ୍ରମୁଖ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆନ୍ତରିକ ଉଦ୍ୟମ ଦ୍ୱାରା ହିଁ କୁନି କୁନି ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଜଣେ ଜଣେ ସୁ ନାଗରିକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷୟତ୍ରୀ ମଞ୍ଜୁଲତା ମାଝୀ ମଞ୍ଚ ସଂଯୋଜନା କରିଥିବାବେଳେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶଙ୍ଖୁଆ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡାରେ ସଫଳତା ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ