ମୁଣ୍ଡରେ ଦିଅନ୍ତୁନି ହାତ

(ଯୁଗାଦ୍ଦ ନ୍ୟୁଜ) ଆପଣ ଦେଖ୍ିଥିବେ କିଛି ଲୋକ ଖାଇବା ସମୟରେ ଗାଲରେ କିମ୍ବା ମୁଣ୍ଡରେ ହାତ ରଖି ଖାଆନ୍ତି । କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ପାଦରେ ହାତ ରଖି ଖାଆନ୍ତି । ଶାସ୍ତ୍ରବିତଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କର ଏମିତି କିଛି ଅଭ୍ୟାସ ରହିଛି, ତେବେ ସେ ସବୁ ତୁରନ୍ତ ଛାଡନ୍ତୁ । କାରଣ ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ । ଅନ୍ନ ହେଉଛି ମାଆ ଲକ୍ଷ୍ମୀ । ତେଣୁ ଭୋଜନ କରିବା ସମୟରେ ପାଦରେ କିମ୍ବା ଗାଲରେ ହାତ ଦେଇ ଖାଇବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ । ତେଣୁ ଖାଦ୍ୟ ଖାଇବା ସମୟରେ ଚକା ପକାଇ ବସନ୍ତୁ ଏବଂ ହାତକୁ କେଉଁଥିରେ ଭରା ନ ଦେଇ ଭୋଜନ ଗ୍ରହଣ କରନ୍ତୁ । ଏପରି କଲେ ମଙ୍ଗଳ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ