ମୁଣ୍ଡରେ ବିଜେପି ଟୋପି, ଦେହରେ ଶଙ୍ଖ ଚିହ୍ନ

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍): ସମସ୍ତ ଭୋଟର ନିର୍ବାଚନ ସମୟରେ ଗୋଟିଏ ଦଳକୁ ସମର୍ଥନ କରି ତାହାର ଚିହ୍ନ ବ୍ୟବହାର କରିବାସହ ସେହି ଦଳକୁ ଭୋଟ୍ ବି ଦେଇଥାନ୍ତି । କିନ୍ତୁ ନୟାହାଟରେ ଏପରି ଜଣେ ବ୍ୟକ୍ତିକୁ ଦେଖିବାକୁ ମିଳିଛି ଯେ, ତାଙ୍କ ମୁଣ୍ଡରେ ଲାଗିଛି ବିଜେପି ପଦ୍ମଚିହ୍ନ ଲାଗିଥିବା ଟୋପି ଏବଂ ଦେହରେ ଶଙ୍ଖ ଚିହ୍ନ । ନୟାହାଟ ଫାଣ୍ଡି ସୋରଭା ପଞ୍ଚାୟତର ପାଇକ ସାହି ଗ୍ରାମର ମାନିଆ ନାୟକଙ୍କୁ ଏହିପରି ବେଶରେ ଦେଖିବାକୁ ମିଳିଥିଲା । ତାଙ୍କୁ ପଚାରିବାକୁ ସେ କହିଥିଲେ ଦୁଇଟି ଦଳର ହାୱା ଅଛି । ତେଣୁ ବର୍ଷା ଯୁଆଡ଼େ ହେବ ଛତା ସେଇଆଡ଼େ ଦେଖାଇବାର ଅଛି । ତାଙ୍କ ମତରେ ଦୁଇ ଦଳର ପୋଷ୍ଟର ଗାଁ କାନ୍ଥବାଡ଼ରେ ମାରିବା ମୋର କାମ । ସେଥିରୁ ଯେଉଁ ପାରିଶ୍ରମିକ ମିଳିବ ସେଥିରେ ପୋଟ ପୋଷିବାର ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ